ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠଦିନ ବ୍ୟାପି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ଆତ୍ମ ବଳ ପ୍ରଦାନ କରିବା ସହିତ ଏକ ଆତ୍ମ ବିଶ୍ୱାସ ସୃଷ୍ଟି କରିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହକାରୀ ଯନ୍ତ୍ରୀ ପି.ଡବ୍ଲୁ.ଡି ଭବାନୀପାଟଣା, ସମ୍ମାନୀତ ଅତିଥି ଭାବରେ  ବନମାଳୀ ପୂଝାରୀ,ଅଗ୍ନିଶମ ଅଧିକାରୀ, ଶ୍ରୀ ସୁନୀଲ ବେହେରା, ସୁଶ୍ରୀ ସଭ୍ୟାରାଣୀ ମାଝୀ,ସମନ୍ବିତ ଶିଶୁ ବିକାଶ ଅଧିକାରୀ, ସୁଶ୍ରୀ ସୁନିତା ମାଝୀ, ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Udyog Nursery
Udyogi Nursery

ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ସଭପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ଅଧିକାରୀ ସରୋଜ କୁମାର ପଟ୍ଟଯୋଶୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ବାବୂ ବାହାନ ବୁଦ୍ଧିଆ ସଭା ସଞ୍ଚାଳନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଛାତ୍ରୀ ମାନଙ୍କୁ ପ୍ରତିଭାଗୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ  ପ୍ରଶାନ୍ତ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.