ମହାପ୍ରଭୁଙ୍କୁ ଦର୍ଶନ କରିବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ବିମାନ ବନ୍ଦରରେ ପହଞ୍ଚିଲେ ଅନନ୍ତ ଅମ୍ବାନୀ । ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ବିବାହ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାହା ହେବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌ । ଦେଶର ଦ୍ବିତୀୟ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟ୍‌ଙ୍କ ନିର୍ବନ୍ଧ ମୁମ୍ବାଇରେ ସମ୍ପନ୍ନ ହୋଇଛି। ଉଭୟ ପରିବାରବର୍ଗଙ୍କ ଉପସ୍ଥିତିରେ ଗୁଜରାଟୀ ହିନ୍ଦୁ ପରିବାର ରୀତିନୀତି ଅନୁସାରେ ଗୋଲ୍‍-ଧନା ଏବଂ ଚୁନ୍‌ରୀ ବିଧି ଆୟୋଜିତ ହୋଇଥିଲା। ଗୋଲ୍‍-ଧନା ହେଉଛି ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ। ଉଭୟ ବର ଓ କନ୍ୟା ପରସ୍ପରକୁ ମୁଦି ପିନ୍ଧା‌ଇଥିଲେ। ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ। ଏହି ଅବସରରେ ମୁକେଶ ଅମ୍ବାନି, ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନି, ବଡ଼ ବୋହୂ ଶ୍ଳୋକା, ଝିଅ ଇଶା ଓ ଜ୍ବାଇଁ ଆନନ୍ଦ ପିରାମଳ ଏବଂ ରାଧିକାଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ଅନନ୍ତ ଆମେରିକାର ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି ଓ ଜିଓ ପ୍ଲାଟଫର୍ମସ୍‌ ଓ ରିଲାଏନ୍ସ ରିଟେଲ୍‌ ବୋର୍ଡରେ ଅଛନ୍ତି। ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ଏବେ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ କରୁଛନ୍ତି । ଗତକାଲି ଆସାମର ପ୍ରସିଦ୍ଧ ମା’ କାମାକ୍ଷାଙ୍କ ଦର୍ଶନ ସାରି ଆଜି ପୁରୀରେ ଜଗନ୍ନାଥ ଦର୍ଶନ କରିବେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.