କୁମାରସ୍ୱାମୀ ମହୋତ୍ସବ ଉଦଘାଟିତ

କଳାହାଣ୍ଡି, ୨୨ା୧୧: ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୬ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଂଚ ଉଦଘାଟନ କରିଥିଲେ । ସରୋଜ ଆର୍ଟ୍ ଏଣ୍ଡ୍ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ମଂଚରେ ଦେବଗିରି ପାହାଡ଼ ଓ ମନ୍ଦିର ସମେତ ପ୍ରାଚୀନ ଲୋକସଂସ୍କୃତିର ଉପସ୍ଥାପନା କରାଯାଇଛି ।

ଉଦଘାଟନୀ ସମାରୋହରେ ୟୁଥ୍ ଏସୋସିଏସନ୍ ସର୍ଭିସ୍ କଳାହାଣ୍ଡିର ସଭାପତି କାର୍ତ୍ତିକେଶ୍ୱର ନନ୍ଦ ମୁଖ୍ୟ ବକ୍ତା, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରୀନା ଭୋଇ, ରାକ୍ସି ସରପଂଚ ଚନ୍ଦ୍ରମା ଧଙ୍ଗଡ଼ାମାଝୀ ଓ ଏକତା ୟୁଥ୍ ଅର୍ଗାନାଇଜେସନର ସଭାପତି ପ୍ରସୂନ କୁମାର ଜାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ । ଅନୁଷ୍ଠାନର ସଦସ୍ୟବୃନ୍ଦ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗ୍ମ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ । ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସଂପାଦକୀୟ ଅଭିଭାଷଣ ଓ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚ ପରିଚାଳନା କରିଥିଲେ ଯୁବ ଲେଖକ ଡିଲେଶ୍ୱର ରଣା । ପରେପରେ ଢାପ୍, ବନାବାଡ଼ି ଆଦି ଦେବଗିରିର ପ୍ରାଚୀନ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

Omkar Vasthu
Omkar Vasthu

ମନ ମୋହିଲା ନାଟକ ‘ସାକ୍ଷୀ ଥଉ ଇ ଦେବଗିରି’

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଐତିହ୍ୟସ୍ଥଳୀ ଦେବଗିରି ଓ ଅସୁରଗଡ଼ ଉପରେ ପର୍ଯ୍ୟବେଶିତ ନାଟକ ‘ସାକ୍ଷୀ ଥଉ ଇ ଦେବଗିରି’ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ରଚନା ଓ ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ନିର୍ଦ୍ଦେଶନାରେ ମଂଚସ୍ଥ ଉକ୍ତ ନାଟକରେ ମହାପ୍ରତାପୀ ରାଜା ଗୋସିଂହ ଦୈତ୍ୟଙ୍କ ଗାଥା ପ୍ରଦର୍ଶିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ଦେବଗିରିର ପ୍ରାଚୀନ ପରମ୍ପରା ଓ କଳା ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥିଲା । ନାଟକରେ ଅନୁଷ୍ଠାନର କଳାକାର ବିଜୟ ଧଙ୍ଗଡ଼ାମାଝୀ, ସଲିଲ କୁମାର ଧଙ୍ଗଡ଼ାମାଝୀ, ନରେଶ ଧଙ୍ଗଡ଼ାମାଝୀ, ସୁରେଶ ଧଙ୍ଗଡ଼ାମାଝୀ, ତପନ ଜାଲ, ପ୍ରକାଶ ଧଙ୍ଗଡ଼ାମାଝୀ, ଶିବମ୍ ଧଙ୍ଗଡ଼ାମାଝୀ, ଦାମ ପରାଭୋଇ, ଶତୃଘନ ଧଙ୍ଗଡ଼ାମାଝୀ, ରମା ଗହୀର, ଲମ୍ବୋଦର ଧଙ୍ଗଡ଼ାମାଝୀ, ବର୍ଷାରାଣୀ ମାଝୀ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ରାଜେଶ ହରିଜନ, କଣ୍ଠ ବାଗ, ଅକ୍ରୂର ଲୋହରା, ମୁନା ବେହେରା, ଲିଟୁ ଧଙ୍ଗଡ଼ାମାଝୀ, ସରୋଜ ଭୋଇ, ସନ୍ତୋଷ ପାଢ଼ୀ, କେଶବ ବାଗ, ପ୍ରଦୀପ ଧଙ୍ଗଡ଼ାମାଝୀ, ରାମ ତାଣ୍ଡି, ସୁରେଶ ତାଣ୍ଡି, ଜୁଏଲ୍ କରୁଆଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.