ଜିଲ୍ଲା ସ୍ତରୀୟ ମହିଳା ଅଧିକାର ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହିଳାମାନେ ସଚେତନ ହେବା ଦ୍ବାରା ନିଜର ଅଧିକାରର ସୁରକ୍ଷା କରିପାରିବେ। ଏଥିପାଇଁ ଶିକ୍ଷା ଓ ସଚେତନତା ଅତ୍ୟନ୍ତ ଜରୁରି ହୋଇଥିବାବେଳେ ଏସବୁର ସଠିକ୍ ଉପଯୋଗ ଦ୍ବାରା ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର ଜାହିର କରାଯାଇପାରିବ। ଏ ଦିଗରେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେ ଏକ ଅନନ୍ୟ ଉଦାହରଣ ବୋଲି ସଂଗଠନ ପକ୍ଷରୁ ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମହିଳା ଅଧିକାର ସଚେତନତା ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ବିଭାଗ ମୁଖ୍ୟ ବିଜୟା ଲକ୍ଷ୍ମୀ ସ୍ବର୍ଣ୍ଣାଙ୍କ ଅଧ୍ୟକ୍ଷତାରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌର ପରିଷଦର ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ୍, ସମ୍ମାନିତ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ର ସଭାପତି ଧନଞ୍ଜୟ ଦୀପ, ଭବାନୀପାଟଣା ସ୍ବଧାର ଗୃହର ପରିଚାଳିକା ଜୟନ୍ତୀବାଳା ଦାସ, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ଜୟନ୍ତୀବାଳା ନାଏକ, ଶିକ୍ଷୟିତ୍ରୀ ମିନତୀ ନାଏକ ପ୍ରମୁଖ ଯୋଗ ଦେଇ ମହିଳା ଅଧିକାର ଓ ସଚେତନତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ନାରୀନେତ୍ରୀ ରମଣୀ ଦୁରିଆ ସଭା ସଂଯୋଜନା କରିଥିଲେ। ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାନେତ୍ରୀ ଏସ୍. ସୁଜାତା, ସଂଗଠନର ସଦସ୍ୟା ଆରତୀ ନାଏକଙ୍କ ସମେତ ଅନ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହିଳା ପ୍ରତିନିଧି ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.