ପ୍ରେମ ପାହାଡରେ ଲାଗିଲା ନିଆଁ…..

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଠାରୁ ଆରମ୍ଭ କରି ଛୋଟବଡ ପାହାଡରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଥିବା ବେଳେ ଆଜି ସହରର ମଧ୍ୟରେ ଥିବା ପ୍ରେମ ପାହାଡରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଏଠାରେ କୈାଣସି ମୂଲ୍ୟବାନ ବୃକ୍ଷରାଜି ଜଳି ପୋଡି ନଷ୍ଟ ହୋଇ ନ ଥିବା ବେଳେ ପ୍ରେମ ପାହାଡର ସୈାନ୍ଦର୍ଯ୍ୟତାରେ କିନ୍ତୁ ନିଆଁ ଲାଗି ଯାଇଥିଲା । କ୍ଷଣିକ ମଧ୍ୟରେ ପ୍ରେମ ପାହାଡର ଅନେକ ଅଂଚଳକୁ ଲାଗିଥବା ନିଆଁ ବ୍ୟାପିଥିବାରୁ ସବୁଜବନାନୀରେ ଭରପୁର ପାହାଡଟି କଳା ପାଉଁଶ ଆସରରେ ସୋନ୍ଦର୍ଯ୍ୟତାକୁ ହରାଇଛି । ଖବର ପାଇ ରାୟଗଡା ଦମକଳ କେନ୍ଦ୍ରର ଆଗ୍ନିକ ବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ଆଜି ଅପରାହ୍ନରେ କୈାଣସି କାରଣରୁ ପ୍ରଥମେ ପାହାଡ ତଳେ ପଡିଥିବା ଶୁଖିଲା କାଠ,ପତ୍ରଗୁଡିକରେ ନିଆଁ ଲାଗିଥିବା ବେଳେ ଏହା ଅଳ୍ପ ସମୟ ମଧ୍ୟରେ ପାହାଡାର ଶୀର୍ଷ ଭାଗକୁ ବ୍ୟାପିବାରେ ଲାଗିଥିଲା । ଫଳରେ ପାହାଡ ଉପର ଦେଇ ଯାଇଥିବା ଏକ ବିଦ୍ୟୁୂତ ତାର ନିଆର ସଂସ୍ପର୍ଶରେ ଆସି ସଂପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଥିଲା । ପାହାଡ ନିକଟରେ ରହୁଥିବା ଲୋକ ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘଟଣାସ୍ଥଳରେ ଆଗ୍ନିକ ବାହିନୀଙ୍କ ସମେତ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀମାନେ ପଂହଚିଥିଲେ । ପ୍ରକାଶ ଥାଉ କି,ରାୟଗଡା ବନଖଣ୍ଡ ଅଧିନସ୍ଥ ଅନେକ ବନାଂଚଳରେ ପ୍ରତିଦିନ ନିଆଁ ଲାଗିଥିବା ଦେଖିବାକୁ ମିଳୁଥିବା ବେଳେ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ସୁଦ୍ଧା ଏହାର କୈାଣସି ବି ପ୍ରଭାବ ଲୋକଙ୍କ ଉପରେ ତଥା ଲୋକେ ଏଥିରେ ସଚେତନ ହେଉଥିବା ଜଣାପଡୁନାହିଁ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.