ମ.ରାମପୁର ରାମ ଲୀଳା ମହୋତ୍ସବ: ହଜାର ହଜାର ଦର୍ଶକ ଦେଖିଲେ ଆରଣ୍ୟକ କାଣ୍ଡ, ଆଜି ହେବ କିସ୍କିନ୍ଧ୍ୟା ଓ ସୁନ୍ଦରା କାଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ଦଶମ ଶ୍ରୀ ରାମ ଲୀଳା ମହୋତ୍ସବର ତୃତୀୟ ରଜନୀରେ ମଞ୍ଚସ୍ଥ ଆରଣ୍ୟକ କାଣ୍ଡରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ରଚିତ ତଥା ନିର୍ଦ୍ଦେଶିତ ସମ୍ପୂର୍ଣ୍ଣ ରାମ ଲୀଳାର ତୃତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ ।

ଏହି ଅବସରରେ ଯୁବ କଳାକାର ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ଗାଁର ଅଂଶୁମାନ ଠାକୁରଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସା ମୟୀ ଦୁବେ । ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ପବନ ମହାଳିକ ସହଯୋଗ କରିଥିଲେ । ମଞ୍ଚସ୍ଥ ଆରଣ୍ୟକ କାଣ୍ଡ ରେ ରାବଣ: ସାଇ ପ୍ରସାଦ ମହାରଣା, ରାମ: ଅମନ୍ ରାୟଗୁରୁ, ଲକ୍ଷ୍ମଣ: ଶାଶ୍ଵତ ଦଣ୍ଡିଅ, ସୃପନଖା: ଦିଲ୍ଲୀପ ତ୍ରିପାଠୀ, ଖର:- ଲକ୍ଷ୍ମୀ ଧର ସିଂହ, ଦୁସନ: ମୃତ୍ୟୁଞ୍ଜୟ ଘିଭେଲା, ମାରୀଚ/ ଗୋପାଳ ପୁଅ: ପ୍ରଦୀପ ସିଂହ, ଗୋପାଳ ପୁଅ: ଦେବେନ୍ଦ୍ର ମହାନ୍ତି, ସୀତା:- ମାନସ ସାହୁ, ମାୟାମୃଗ: ଶିବମ ନାୟକ, ଅନସୂୟା: କେଶବ ଦଣ୍ଡିଆ, ବିରାଧ: ବସନ୍ତ ନାୟକ, ଅଗ୍ନି: ବିକାଶ ଆଚାର୍ଯ୍ୟ, କେତକୀ ଫୁଲ: ଶାଶ୍ଵତ ତ୍ରିପାଠୀ, ଗୋମାତା: ନିପୁନ ନାୟକ, ଫଲଗୁ: ସାହିଲ, ଜଟାୟୁ:- କାହ୍ନା ପୁରୋହିତ, ବ୍ରାହ୍ମଣ: ମଣ୍ଟୁ ବାରିକ, ଅମରେଶ ଶତପଥୀ, ତ୍ରିସିରା:/ବ୍ରାହ୍ମଣ/ ଗୋପାଳ ପୁଅ: ସୂରସେନ ମହାରଣା, ବୃଦ୍ଧ /ଗୋପାଳ:- ମଣ୍ଟୁ ବାରିକ ଙ୍କ ଜୀବନ୍ତ ତଥା ବାସ୍ତବ ଅଭିନୟ ଫଳରେ ଦିନ କୁ ଦିନ ଏହି ରାମ ଲୀଳା ମହୋତ୍ସବରେ ଭିଡ ଦେଖିବାକୁ ମିଳୁଛି ।

ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ କଣ୍ଠଦାନ କରିଥିଲେ ସନ୍ତୋଷ କୁମାର ଦୁବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତି ରେଖା ପାଢ଼ୀ ଓ ବାଦ୍ୟ ଯନ୍ତ୍ର ରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନୀଲ ବିଭାର, ପ୍ରଶାନ୍ତ ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପାଦକ ବୀରେନ୍ଦ୍ର ରଥ, ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ଓ ସମସ୍ତ କାର୍ଯ୍ୟକ୍ରମରେ ଭ୍ରମରବର ଧଙ୍ଗଡା ମାଝୀ, ମାନା ରାଉତ, ତ୍ରିନାଥ ରାଉତ, ସୁବାସ ନାଏକ, ଧଜ ପ୍ରମୁଖ ସହଯୋଗ କରିଥିଲେ । ଆଜି ସୋମବାର ଚର୍ତୁଥ ରଜନୀରେ କିସ୍କିନ୍ଧ୍ୟା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେବ ବୋଲି ଉପ ସଭାପତି ଲଳିତ ମହାଳିକ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.