ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ବନାଞ୍ଚଳ ଅଧୀନସ୍ଥ ବିଜମରା ସେକ୍ସନ ବିଭାଗୀୟ ବିଭିନ୍ନ ଗାଁର ମୁନସୀ, ଚପରାସି, ଚେକର ଓ କେନ୍ଦୁପତ୍ର ତୋଳାଳୀ ମାନେ କେନ୍ଦୁପତ୍ର ବେଆଇନ ଭାବେ ଘରୋଇ କମ୍ପାନୀ କିଣି ନେଉଥିବା ବ୍ୟବସ୍ଥା ବନ୍ଦ କରିବା ପାଇଁ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଦାବୀ ଜଣାଇଛନ୍ତି|ସରକାରଙ୍କ ତରଫରୁ ଟଙ୍କା ଖର୍ଚ୍ଚ କରି ସାହାଜଖୋଲ ଜଙ୍ଗଲ, ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ, ଡୋଙ୍ଗରୀ ଆଦିରେ କେନ୍ଦୁପତ୍ର ତୋଳି ସରକାରଙ୍କ ପାଖରେ କେନ୍ଦୁ ପତ୍ର ତୋଳାଳୀ ମାନେ ପ୍ରତିବର୍ଷ ନିକଟସ୍ଥ ଗାଁ ଫଡି ମାନଙ୍କରେ ବିକ୍ରି କରୁଥିଲେ |ତେବେ ଗତ ବର୍ଷ ଏକ ଘରୋଇ କମ୍ପାନୀ ଆସି କେରୀ ପ୍ରତି ଅଧିକ ମୂଲ୍ୟ ଦେଇ ଲୋକଙ୍କ ଠାରୁ ସିଧାସଳଖ ପତ୍ର କିଣି ନେଇଗଲେ |ଫଳରେ ସରକାରୀ ଫଡ଼ିରେ କେନ୍ଦୁପତ୍ର ଅଭାବ ଦେଖାଦେବା ଓ ସରକାର ରାଜସ୍ବ ହରାଇଛନ୍ତି |ସରକାର କେନ୍ଦୁପତ୍ର ଋତୁ କାଳୀନ କର୍ମଚାରୀ,ତୋଳାଳୀମାନଙ୍କୁ ପ୍ରାପ୍ୟ ଠିକ ଭାବରେ ଦେବା ସହ ଛତା,ଚପଲ,ପାଣି ବୋତଲ, ଟୋପି, ଅଖାବସ୍ଥା,ବୋନସ, ସ୍ୱାସ୍ଥ୍ୟବୀମା, ପୁଅ ଝିଅ ପାଠ୍ୟ କରଣ, ବିବାହ ଖର୍ଚ୍ଚ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗେଇ ଦେଇଛନ୍ତି |ହେଲେ ଘରୋଇ କମ୍ପାନୀ ମାନେ କେରୀ ପ୍ରତି ଅଧିକ ମୂଲ୍ୟ ରେ କ୍ରୟ କରି ଅନ୍ୟ କୌଣସି ସୁବିଧା ଯୋଗାଇ ଦେଉନାହାନ୍ତି |ଚଳିତ ବର୍ଷ ସରକାରଙ୍କ ତରଫରୁ ଏହି ଅଞ୍ଚଳରେ କେନ୍ଦୁପତ୍ର ବୁଦା କଟାଯାଇଛି |ଯଦି ଘରୋଇ କମ୍ପାନୀ ମାନଙ୍କୁ ଅନୁମତି ଦିଆଗଲେ ଆମ୍ଭେ କ୍ଷତି ସହିବା ସହିତ ସରକାର ବି କ୍ଷତି ସହିବେ ଓ ଶ୍ରମିକ ଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ନେଇ ଘରୋଇକରଣ ବନ୍ଦ କରିବାକୁ ଦାବୀ ଜଣେଇଛନ୍ତି l