ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ କଛାଡେଙ୍ଗେନ୍ ଜଙ୍ଗଳରେ ଜଣେ ଯୁବକ ଗଛରେ ଫାସି ଲଗେଇ ଝୁଲିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ମ.ରାମପୁର ଥାନା ଅଧିକାରୀ ଅଟକ ରହିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଗୋଛାଡେଙ୍ଗେନ ପଞ୍ଚାୟତ ଅଧୀନ ତେନ୍ତୁଳି କୁପାର ସୁଦାମ ଭୋଇ (୨୭) ବୋଲି ଜଣାପଡିଛି । ସେ ସେହି ଗ୍ରାମର ବୈଶାଖୁ ଭୋଇଙ୍କ ପୁଅ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଛି । ସୂଚନା ଅନୁସାରେ କିଛି ଦିନ ତଳେ ସୁଦାମ ଭୋଇକୁ ପୋଲିସ ଚୋରି କେସ୍ ସନ୍ଦେହରେ ଘରୁ ଉଠାଇ ନେଇଥିଲା ରିଷିଡା ଫାଣ୍ଡିକୁ। ଯେତେବେଳେ ସୁଦାମର ବାପା ବୈଶାଖୁ ଭୋଇ ଫାଣ୍ଡିକୁ ଯାଇ ପଚାରିବାରୁ ତୋ ପୁଅକୁ ଆମେ ଛାଡି ଦେଇଛୁ କିଛି ଦିନ ଭିତରେ ପାଇବୁ ବୋଲି ପୋଲିସ କହିଥିବା ବୈଶାଖୁ କହିଛନ୍ତି। ସୂଚନା ଅନୁସାରେ ସୁଦାମ ଗାଡି ମ୍ୟାକନିକ କାମ କରି ତାର ୬ଜଣ ପରିବାରକୁ ପ୍ରତିପୋଷଣ କରୁଥିଲେ। ସୁଦାମର ଦୁଇଟି ଶିଶୁ ଗୋଟିଏ ପୁଅ ୪ବର୍ଷର ହୋଇଥିବା ବେଳେ ଝିଅ ୨ ବର୍ଷର ଏବଂ ବୁଢା ବାପା ମାଁ ଏବେ ବେସାହାରା ହୋଇ ପଡ଼ିଛନ୍ତି। ପରିବାର ଲୋକେ କହିବାନୁସାରେ ସୁଦାମକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଆଜି ସାନସୂର୍ଡା ଛକରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ଏବଂ ତାଙ୍କ ଟିମଙ୍କୁ ଭୋରରୁ ଅଟକ ରଖିଛନ୍ତି। ଗ୍ରାମବାସୀ ଓ ପରିବାର ବର୍ଗ ରିଷିଡା ଫାଣ୍ଡି ଅଧିକାରୀଙ୍କ ଦ୍ଵାରା ଏହି ଘଟଣା ଘଟିଥିବା ବେଳେ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବୀ କରି ଅଟକ ରଖିଛନ୍ତି। ବର୍ତମାନ ସୁଦ୍ଧା ଏହି ଘଟଣାର ସମାଧାନ ହେଇ ନ ଥିବା ବେଳେ ପୁଲିସ ମଧ୍ୟ ଲୋକଙ୍କୁ ବୁଝାଇବାର ପ୍ରାୟସ ଜାରି ରହିଛି।