ସର୍ବିଆରେ ପୁଣି ଗୁଳିକାଣ୍ଡ; ୮ ମୃତ, ୧୦ ଆହତ, ଦୁଇ ଦିନରେ ଗଲାଣି ୧୭ ଜୀବନ

ଓଡ଼ିଆ ବାର୍ତ୍ତା/ ବେଲଗ୍ରେଡ୍: ସର୍ବିଆରେ ପୁଣି ଭୟଙ୍କର ଗୁଳିକାଣ୍ଡ। ଜଣେ ୨୧ ବର୍ଷୀୟ ସନ୍ଦିଗ୍ଧ ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଗୁରୁବାର ରାତିରେ ସର୍ବିଆ ରାଜଧାନୀ ଦକ୍ଷିଣ ବେଲଗ୍ରେଡ୍ ଠାରୁ ୫୦ କିମି ଦୂରର ମ୍ଲାଡେନୋଭାକ୍‌ରେ ଏହି ଗୁଳିକାଣ୍ଡ ହୋଇଛି। ଗତ ଦୁଇ ଦିନରେ ଏହା ଦ୍ୱିତୀୟ ଗୁଳିକାଣ୍ଡ ଘଟଣା। ଯୁବକ ଜଣଙ୍କ ଅଟୋମେଟିକ ଗନ୍ ସାହାଯ୍ୟରେ ଏହି ଗୁଳିକାଣ୍ଡ ଘଟାଇବା ପରେ ଫେରାର୍ ହୋଇଯାଇଛି। ପୁଲିସ ଅପରାଧୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ବୁଧବାର(ମେ ୩) ୮ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ ଜଣେ ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ୧୩ ବର୍ଷର ନାବାଳକ ତାଙ୍କ ବାପାଙ୍କ ବନ୍ଧୁକ ଆଣି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉପରେ ଗୁଳି ଚଳାଇବା ସହ ସ୍କୁଲ୍ ଗାର୍ଡକୁ ବି ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ ପୂରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଏନେଇ ଦେଶରେ ଥିବା ବନ୍ଧୁକ ନୀତିରେ ପରିବର୍ତ୍ତନ କରିବା ପାଇଁ ଦାବି ଜୋର୍ ଧରିଥିଲା। ଆଉ ଗତକାଲିର ଘଟଣା ସମସ୍ତଙ୍କୁ ଅବାକ୍ କରିଦେଇଛି। ସ୍କୁଲ୍‌ରେ ହୋଇଥିବା ଗୁଳଇକାଣ୍ଡରେ ୬ ପିଲା ଏବଂ ଜଣେ ଶିକ୍ଷକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଜଣେ ପିଲା ମେରୁହାଡ଼ ଓ ଜଣେ ଛାତ୍ରୀଙ୍କର ମୁଣ୍ଡରେ ଗୁଳି ବାଜିଥିବାରୁ ଉଭୟ ଗୁରୁତର ଅଛନ୍ତି। ତେବେ ଗୁଳି କରିଥିବା ୧୩ ବର୍ଷର ନାବାଳକ କୋଷ୍ଟା କେକ୍‌ମାନୋଭିକ୍‌କୁ ପୁଲିସ ଗିରଫ କରିଛି। କୋଷ୍ଟା କାହା ଉସ୍‌କାଇବାରେ ନୁହେଁ ବରଂ ସେ ନିଜେ ସମସ୍ତଙ୍କୁ ଗୁଳି କରିଛି ବୋଲି କହିଛି। ପ୍ରଥମେ ସ୍କୁଲ୍‌ରେ ଫସି ଗାର୍ଡଙ୍କୁ ଗୁଳି କରି ମାରିବା ପରେ ହଲ୍‌ରେଥିବା ୩ ଛାତ୍ରଙ୍କୁ ଗୁଳି କଲା। ଏହାପରେ ଇତିହାସ ଶ୍ରେଣୀ କକ୍ଷକୁ ଯାଇ ଶିକ୍ଷକ ଓ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ହତ୍ୟାକାରୀ ନାବାଳକ ପୁଲିସରେ ଆତ୍ମସମର୍ପଣ କରିଥିଲା। ଏବଂ ସେ ଜଣେ ମାନସିକ ରୋଗୀ ବୋଲି ଡାକ୍ତରଙ୍କୁ କହିଥିଲା ବୋଲି ପୁଲିସ ସୂଚନା ଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.