ଶ୍ରଦ୍ଧାତ୍ରୟ- ବିଭାଗ- ଯୋଗଃ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ତରଫରୁ ସପ୍ତଦଶ ଅଧ୍ୟାୟ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନା, ସ୍ନେହ ମିଶ୍ରଙ୍କ ପୌରହିତ୍ୟରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଏହା ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ବିନୋଦିନୀ ଦାଶ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ବ୍ୟାସକବି କଲେଜର ଛାତ୍ରୀ ସମସ୍ତଙ୍କୁ ସ୍ବାଗତ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରିଥିଲେ । ଅରୁଣ କୁମାର ମହାପାତ୍ର ଅତିଥି ପରିଚୟ ସହ ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ । ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅତି ସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ପ୍ରମୋଦ କୁମାର ପଣ୍ଡା ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଆଲୋଚନା କରିଥିଲେ । ଉକ୍ତ ସତସଙ୍ଗରେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ୍ତ ମିଶ୍ର ଏବଂ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ବିଭିନ୍ନ ଶ୍ଲୋକ ବ୍ୟାଖ୍ୟା, ଆଲୋଚନା ଇତ୍ୟାଦି କରିଥିଲେ। ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ପ୍ରତ୍ୟେକ ଶ୍ଲୋକରେ ଗୋଟିଏ ଛୋଟ କାହାଣୀ ମାଧ୍ୟମରେ ଆଲୋଚନା କରିଥିଲେ। ପୌରାଣିକ କାହାଣୀ ଅନୁସାରେ କୌସ୍ତୁଭ ମଣିକୁ ଭଗବାନ କାହିଁକି ସର୍ବଦା ଧାରଣ କରୁଥିଲେ , ଭକ୍ତ ଚୈତନ୍ୟ ଯେତେବେଳେ ନାମ ସଂକୀର୍ତ୍ତନ ମଧ୍ୟରେ ମଜ୍ଜି ଯାଇଥିଲେ ତାଙ୍କ ଆଖପାଖ ଲୋକମାନେ କିଭଳି ନାମ ମଧ୍ୟରେ ମଜ୍ଜି ଯାଇଥିଲେ ,ଯାହାର ଫଳ ସ୍ୱରୂପ ମାଆ ଜଣେ ଥିଲେ ଉଦାହରଣ । ଲାଉ ଭାବି ନିଜ ସନ୍ତାନକୁ ଦୁଇଗଡ଼ କରି ଚୈତନ୍ୟ ସ୍ଵାମୀଙ୍କୁ ଅନେକ ପ୍ରଶ୍ନ କରିଥିଲେ । ଭକ୍ତର ଭକ୍ତି କେତେ ମହାନ ତାହା ପ୍ରମାଣିତ ହୋଇଥିଲା ଆଣ୍ଠୁଆ ଗୋପାଳ ଉପାଖ୍ୟାନ ମାଧ୍ୟମରେ । ଅତି ସୁନ୍ଦର ଭାବରେ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ତାତ୍ତ୍ବିକ ଆଲୋଚନା କରିଥିଲେ, ଯାହା ଶ୍ରବଣରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବ ବିହ୍ବଳ ହୋଇ ଯାଇଥିଲେ। ପଣ୍ଡିତ ଶ୍ୟାମସୁନ୍ଦର ଦାଶ,ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର, ପଣ୍ଡିତ ଚାଣ୍ଡାଳ ମିଶ୍ର, ପଣ୍ଡିତ ନିରଞ୍ଜନ ସାହୁ, ପଣ୍ଡିତ ଅନାଦି ଚରଣ ମାହାଳି, ପଣ୍ଡିତ ଧନଞ୍ଜୟ ମିଶ୍ର ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ପ୍ରବାଚକ ମହାଭାଗଙ୍କର ଉପସ୍ଥିତିରେ ସତସଙ୍ଗ ଓ ପାରାୟଣ ଅନୁଷ୍ଠିତ ହୋଇଥିଲା । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୫ ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିପିନ ବିହାରୀ ବାରିକ, ପ୍ରଫୁଲ୍ଲ କୁମାର ଦାସ, ବିଷ୍ଣୁପ୍ରିୟା ପଣ୍ଡା, ଗୀତାଞ୍ଜଳି ପୃଷ୍ଟି, ସଂଯୁକ୍ତା ରାଉତ, ବିଦ୍ୟୁତପ୍ରଭା ମିଶ୍ର, ରତିନାରାୟଣ ରାଉତ, ଅରୁଣ କୁମାର ମହାପାତ୍ର, ବିଶ୍ବେଶ୍ବର ମାଝୀ, ବିନୋଦିନୀ ଦାଶ, ସ୍ନେହ ମିଶ୍ର, ପ୍ରଶାନ୍ତ ରାଉଳ, ବନଲକ୍ଷ୍ମୀ ମହାନ୍ତି, ରୀତା ଅପରାଜିତା ମହାନ୍ତି ସମେତ ସମସ୍ତ ଭାଇଭଉଣୀ ଏହି ଗୀତାମୃତର କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତେ ଭାବବିହ୍ବଳିତ ହୋଇ ସପ୍ତଦଶ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।