ମଣିପୁର ହିଂସା; ୪୦ ଆତଙ୍କବାଦୀ ସଫା, ମେ ୩୧ ଯାଏ ଇଣ୍ଟରନେଟ୍ ବନ୍ଦ, ଆଜି ଆସୁଛନ୍ତି ଶାହ

ଓଡ଼ିଆ ବାର୍ତ୍ତା/ ଇମ୍ଫାଲ୍: ମଣିପୁରରେ ହିଂସା ଥମିବାର ନାଁ ନେଉନି। ରବିବାର ପୁଣି ହିଂସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।  ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ତେବେ ଏଥର ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୁହେଁ ବରଂ ଆତଙ୍କବାଦୀ ଓ ସେନା ମଧ୍ୟରେ ଏହି ଗୁଳିକାଣ୍ଡ ହୋଇଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ କହିଛନ୍ତି। ସେପଟେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ଗସ୍ତରେ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପଶ୍ଚିମ ଦିଲ୍ଲା ଇମ୍ଫାଲ୍‌ର ଫାୟେଙ୍ଗଗର କୁକୀ ଆତଙ୍କବାଦୀଙ୍କ ଗୁଳିର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ବୋଲି ସନ୍ଦେହ କରାଯାଉଛି। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନା କୁମ୍ବିଂ ଅପରେସନ ଆରମ୍ଭ କଲାବେଳେ କୁକି ଆତଙ୍କବାଦୀ ଓ ସେନା ବିରୋଧରେ ଗୁଳିକାଣ୍ଡ ହୋଇଛି। ସେକ୍ରେଟେରିଏଟ୍‌ରେ ଗଣମାଧ୍ୟମକୁ ସୂଚନ ଦେଇ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍ ସିଂହ କହିଛନ୍ତି ଏପର୍ଯ୍ୟନ୍ତ ସୁଦ୍ଧା ୪୦ ଆତଙ୍କବାଦୀଙ୍କୁ ସେନା ଗୁଳି କରି ସଫା କରିଛି। ଏହି ଆତଙ୍କବାଦୀମାନେ ଲୋକଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କର ଘର ଜାଳି ଦେଉଥିଲେ। ଏକେ-୪୭ ବନ୍ଧୁକ ଧରି ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରୁଥିଲେ। ୩୮ଟି ଦଙ୍ଗାପ୍ରବଣ ଏରିଆ ଚିହ୍ନ କରାଯାଇଛି। ସେଠାରେ ଅପରେସନ ଜାରି ରହିଛି। ମଝିରେ ମଝିରେ ଦଙ୍ଗା ହେଉଥିବାରୁ ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍ କରାଯାଇଛି। ଦଙ୍ଗା ହେବାର ମୁଖ୍ୟ କାରଣ ହେଉଛି ଦୁଇ ସମ୍ପ୍ରାଦୟ ମଧ୍ୟରେ ଏସ୍‌ଟି କୋଟା ଦାବିକୁ ନେଇ ସୃଷ୍ଟି ହୋଇଥିଲା। ମଣିପୁରରେ ଇମ୍ଫାଲ୍‌ରେ ପାହାଡ଼ିଆ ଏରିଆରେ ରହୁଥିବା ମାଇତେଇଙ୍କ ସଂଖ୍ୟା ପ୍ରାୟ ୫୩ ପ୍ରତିଶତ। ହେଲେ ନାଗା ଓ କୁକି ଭଳି ଆଦିବାସୀଙ୍କ ସଂଖ୍ୟା ୪୦ ପ୍ରତିଶତ। ମାଇତେଇ ନିଜ ସମ୍ପ୍ରଦାୟ ପାଇଁ ଏସ୍‌ଟି କୋଟା ଦାବି କରୁଥିବା ବେଳେ ନାଗା ଓ କୁକିମାନେ ଏହାକୁ ବିରୋଧ କରି ମେ ୩ ତାରିଖରେ ଏକ ଶୋଭାଯାତ୍ରା ବାହାର କରିଥିଲେ। ଏହାକୁ ନେଇ ହିଂସା ସୃଷ୍ଟି ହୋଇଥିଲା। ଏଥିରେ ଏପର୍ଯ୍ୟନ୍ତ ସୁଦ୍ଧା ୭୫ ଜଣଙ୍କର ମୃତ୍ୟୁ ହେଲାଣି। ତା ଛଡ଼ା କୁକି ସମ୍ପ୍ରଦାୟଙ୍କୁ ଘର ଜଙ୍ଗଲରୁ ଉଚ୍ଛେଦ ଭଳି ଅଭିଯୋଗ ବି ହିଂସାର କାରଣ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.