ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆଜି କାଲି ବାହାଘର କହିଲେ ମାଛ, ମାଂସ ଆମିଷ ଖାଦ୍ୟ ସହ ମଦ୍ୟ ପାନ ସାଙ୍ଗକୁ ଡିଜେ ବାଜା ସହ ସାଙ୍ଗ ସାଥୀଙ୍କ ଡ୍ୟାନ୍ସ ରେ ଦାଣ୍ଡ ଦୁଲୁକେଇ ବର ରୋଷଣୀରେ ଆସିଥାଏ । କିନ୍ତୁ ଏହି ପରିବେଶ ଠାରୁ ଦୁରେଇ ନିଆରା ଢଙ୍ଗରେ ବିବାହ କରିଛନ୍ତି ଯୁବ ସରପଞ୍ଚ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଂଚାୟତ ର ସରପଞ୍ଚ ବିନୋଦ କୁମାର ନାୟକ ଏକ ନିଆରା ଢଙ୍ଗ ରେ ବିବାହ କରିଛନ୍ତି । ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ବିନା ପିଆଜ ରସୁଣ ସାଙ୍ଗକୁ ଶୁଦ୍ଧ ନିରାମିଷ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଓଡିଶା ସମେତ ଓଡିଶା ବାହାରୁ ରୁ ଆସିଥିବା ସମସ୍ତ ସାଧୁ ସନ୍ଥ ଙ୍କୁ ନିଜ ବାସଭବନ ଠାରେ ଫୁଲ ଚନ୍ଦନ ସହ ପୁଷ୍ପ ମାଳା ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ସତ ଆଠ ସାଧୁ ସନ୍ଥଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ । ଏହି ସମୟରେ ପୂରୀ ବେଦଜ୍ଞଙ୍କ ବେଦ ଧ୍ୱନି ସହ ସଂକିର୍ତ୍ତନ ମଣ୍ଡଳୀର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ । ଏଥି ସହ ଶୁଭ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ଓ ଉଦଣ୍ଡ ନୃତ୍ୟ ମାଧ୍ୟମ ଗମ୍ଭୀର ହୋଈ ଉଠିଥିଲା ସାରା ଗ୍ରାମ । ମନେ ହେଉଥିଲା କୌଣସି ଦେବା ଦେବିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ଏହା ପରେ ବିବାହ ମଣ୍ଡପକୁ ଯାଇ ସମସ୍ତ ସାଧୁ ସନ୍ଥ ବର କନ୍ୟାଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ । ଏହିପରି ବିବାହ ଉତ୍ସବ ଏହି ଅଂଚଳ ରେ ଏକ ଚର୍ଚ୍ଚା ର ବିଷୟ ପାଲଟି ଥିଲା । ସମସ୍ତ ଅଂଚଳ ବାସୀ ସରପଞ୍ଚଙ୍କ ଏଭଳି ପ୍ରୟାସକୁ ଧନ୍ୟବାଦ ଦେବା ସହ ଆଧୁନିକତା ଠାରୁ ଦୂରରେ ରହି ଏଭଳି ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶରେ ବିବାହ ସମ୍ପନ୍ନ ହେବା ନେଇ ବେଗୁନିଆପଡା ବ୍ଲକ ଅଂଚଳରେ ଆଲୋଚନାର ଖୋରାକ ଯୋଗାଇଛି ।