ଗହମ ସଂରକ୍ଷଣ ସୀମା ଧାର୍ଯ୍ୟ କଲେ ସରକାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସରକାର ଗହମ ଉପରେ ସଂରକ୍ଷଣ ସୀମା(ଷ୍ଟକ୍ ଲିମିଟ୍) ଧାର୍ଯ୍ୟ କରିଛନ୍ତି ଏବଂ ଗହମ ଦର ବୃଦ୍ଧି ଉପରେ ରୋକ ​​ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି। ଖୋଲା ବଜାର ବିକ୍ରି ଯୋଜନା (ଓଏମ୍ଏସ୍ଏସ୍) ଅଧୀନରେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ପୁଲ୍‌ର ବହୁଳ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ୧୫ ଲକ୍ଷ ଟନ୍ ଗହମ ବିକ୍ରୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, “ଗତ ମାସରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ମଣ୍ଡି ସ୍ତରରେ ମୂଲ୍ୟରେ ପ୍ରାୟ ଆଠ ପ୍ରତିଶତ ବୃଦ୍ଧି ଘଟିଛି। ଯଦିଓ ହୋଲସେଲ ଏବଂ ଖୁଚୁରା ମୂଲ୍ୟ ସେତେ ବୃଦ୍ଧି ହୋଇନାହିଁ, କିନ୍ତୁ ସରକାର ଗହମ ଉପରେ ଷ୍ଟକ୍ ଲିମିଟ ଧାର୍ଯ୍ୟ କରିଛନ୍ତି।” ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ବ୍ୟବସାୟୀ, ହୋଲସେଲର, ଖୁଚୁରା ବ୍ୟବସାୟୀ, ବୃହତ ଖୁଚୁରା ଚେନ୍ ବିକ୍ରେତା ଏବଂ ପ୍ରୋସେସର୍ ଉପରେ ଏହି ‘ଷ୍ଟକ୍ ଲିମିଟ’ ଲାଗୁ କରାଯାଇଛି। ଗହମ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ସମ୍ପର୍କରେ ସଚିବ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଯୋଗାଣ ଥିବାରୁ ନିୟମ ପରିବର୍ତ୍ତନ କରିବାର କୌଣସି ଯୋଜନା ନାହିଁ। ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ପୁଣି କହିଛନ୍ତି, “ଦେଶରେ ପର୍ଯ୍ୟାପ୍ତ ପରିମାଣର ଗହମ ଅଛି। କୃଷକ ଏବଂ ବ୍ୟବସାୟୀଙ୍କ ପାଖରେ ଷ୍ଟକ୍ ଅଛି ଏବଂ କଛି ଅସାମାଜିକ ବ୍ୟକ୍ତିଙ୍କ ପାଖରେ ମଧ୍ୟ ଷ୍ଟକ୍ ଅଛି। ଦେଶରେ ଗହମର ଅଭାବ ନଥିବାରୁ ଆମେ ଆମଦାନୀ ବିଷୟରେ ଚିନ୍ତା କରୁନାହୁଁ। ଗହମ ବ୍ୟତୀତ ସରକାର OMSS ଅଧୀନରେ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାର ପରିମାଣକୁ ନେଇ ପରେ ବିଚାର କରାଯିବ। ସେହିପରି ଚିନି ରପ୍ତାନି ପାଇଁ ଅନୁମତି ଦେବାକୁ କୌଣସି ପ୍ରସ୍ତାବ ନାହିଁ।”

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.