ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ନାଗରିକଙ୍କ ତରଫରୁ ଏହି ସମ୍ମାନ ପାଇଁ ରାଷ୍ଟ୍ରପତି ଅଲ ସିସିଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟର ରାଷ୍ଟ୍ରପତି ଆଡେଲ ଫଟାହ ଅଲ୍ ସିସି ରବିବାର ରାଜଧାନୀ କାଇରୋରେ ଇଜିପ୍ଟର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କାଇରୋର ହେଲିଓପଲିସ ଯୁଦ୍ଧ ଶ୍ମଶାନ ପରିଦର୍ଶନ କରିଛନ୍ତି। ଯେଉଁଠାରେ ସେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏଠାରେ ଅଲ ହାକିମ ମସଜିଦ ପରିଦର୍ଶନ କରିଛନ୍ତି। ଅଲ ହାକିମ ମସଜିଦ ଏକାଦଶ ଶତାବ୍ଦୀର। ଇଜିପ୍ଟରେ ଏହା ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱ ବହନ କରେ। ଏହି ମସଜିଦ ଭାରତ ଏବଂ ଇଜିପ୍ଟ ଦ୍ୱାରା ଅଂଶୀଦାର ହୋଇଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ବୋହରା ସମ୍ପ୍ରଦାୟର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ମସଜିଦର ନବୀକରଣ ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଇଜିପ୍ଟ ଗସ୍ତ ସାରି ଆଜି ଫେରିବେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଗଣତନ୍ତ୍ର ଦିବସ ପରେଡରେ ରାଷ୍ଟ୍ରପତି ଅଲ ସିସିଙ୍କୁ ମୁଖ୍ୟ ଅତିଥି ଭାବରେ ଡକାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.