ଜନ୍ମଦିନର ଅଭିନନ୍ଦନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ଜୁନ ୨୬ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ। ସେ ୧୯୬୯ ମସିହା ଜୁନ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦେବେନ୍ଦ୍ର ପ୍ରଧାନ ଓ ମାତାଙ୍କ ନାମ ବସନ୍ତ ମଞ୍ଜରୀ ପ୍ରଧାନ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ ଜୀବନରୁ ତାଙ୍କର ନେତୃତ୍ବ ନେବାର ଦକ୍ଷତା ପ୍ରସ୍ଫୁଟିତ ହୋଇସାରିଥିଲା। ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ। ଠିକ ଦୁଇ ବର୍ଷ ପରେ, ଅର୍ଥାତ୍ ୧୯୮୫ ମସିହାରେ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିଜେ ନିର୍ବାଚିତ ହୋଇଥିଲେ। ଏତେ କମ ବୟସରୁ ନିଜ ଅଞ୍ଚଳରେ ଏ.ବି.ଭି.ପି ସଙ୍ଗଠନକୁ ଶୀର୍ଷରେ ପହଞ୍ଚାଇବାରେ ତାଙ୍କର ପ୍ରତ୍ୟେକ୍ଷ ଭୂମିକା ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ଥ୍ରୋପୋଲୋଜି ବିଭାଗ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପରବର୍ତ୍ତୀ ସମୟରେ ଅର୍ଥାତ୍ ୧୯୯୫ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟୀୟ ସଚିବ ଭାବେ କାର୍ଯ୍ୟରତ ଥିଲେ। ସମଗ୍ର ଭାରତବର୍ଷରେ ଜଣେ ପ୍ରଭାବୀ ଛାତ୍ର ତଥା ଯୁବ ନେତା ଭାବରେ ପରିଗଣିତ ହେଲେ ଶ୍ରୀ ପ୍ରଧାନ। ସେ ୨୦୦୦ ମସିହାରେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦଭାବେ ନିର୍ବାଚିତ ହେବା ସହ ୨୦୦୪ ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ଶ୍ରୀ ପ୍ରଧାନ। ଏହା ସହ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରର ପ୍ରଭାରୀ ଭାବେ ଦାୟିତ୍ୱ ନେଇ ସୁଚାରୁରୂପେ ସାଙ୍ଗଠନିକ ଉନ୍ନତି କରି ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ହେବା ପରେ ବିହାରରୁ ୨୦୧୨ରୁ ୨୦୧୮ ଯାଏଁ ଓ ୨୦୧୮ ରୁ ଏଯାବତ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବରେ ପ୍ରତିନିଧିତ୍ୱ କରି ଆସୁଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ସରକାରର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହ କୌଶଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଲା ଯୋଜନାର ସଫଳ ରୂପାୟନ ପାଇଁ ରାଷ୍ଟ୍ରୀୟ ସ୍ତରରେ ସେ ଉଜ୍ଜ୍ଵଳ-ପୁରୁଷ(Ujjwala Man) ନାମରେ ଆଖ୍ୟାୟିତ। ପୁନଶ୍ଚ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ପାଳିରେ ମଧ୍ୟ ସେ ପୁନର୍ବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ଦାୟିତ୍ୱ ନେବା ସହ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ୱ ନେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।ବର୍ତ୍ତମାନ ସେ କେନ୍ଦ୍ର ସରକାରରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ଵ ସମ୍ଭାଳୁଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଅବର୍ଣ୍ଣନୀୟ ଓ ଅତୁଳନୀୟ। ଓଡ଼ିଆ ସଂସ୍କୃତି, ଇତିହାସକୁ ସମଗ୍ର ବିଶ୍ଵରେ ପ୍ରସାରିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ପ୍ରସିଦ୍ଧ ପାଇକ ବିଦ୍ରୋହ, ଯାହାକି ଓଡିଆ ଜାତିର ପ୍ରାତଃ ସ୍ମରଣୀୟ ଓ ଅବିସ୍ମରଣୀୟ। ସେହି ପାଇକ ବିଦ୍ରୋହ ଓ ପାଇକ ବିଦ୍ରୋହ ର ମହାନାୟକ ମାନଙ୍କ ଇତିହାସକୁ ସମଗ୍ର ବିଶ୍ଵରେ ପ୍ରସାରିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଓଡ଼ିଶା‌ର ସାମୂହିକ ବିକାଶରେ ତାଙ୍କର ବହୁ ଅବଦାନ ରହିଛି। ସେହି ବିପ୍ଲବୀ, ସଂଗ୍ରାମୀ ନେତୃତ୍ବ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଲେଖକ: ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ଫୋନ ନଂ- ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.