ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନିଦଫା ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ତିନି ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବି ଇ ଓ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରିଂଜା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଜୟ ଲଷ୍ମୀ ନାଗ ଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ମଧ୍ୟରେପ୍ରାଥମିକ ଶିକ୍ଷକ ନିଯୁକ୍ତି ରେ ଠିକା ନିଯୁକ୍ତିପ୍ରଥା ବନ୍ଦକରି ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ କ୍ୟଡର୍ ଭୁକ୍ତ କରିବା ସହିତ କନିଷ୍ଠ ଶିକ୍ଷକ, କଳା ଶିକ୍ଷକ, କ୍ରୀଡ଼ା ଶିକ୍ଷକ ଙ୍କୁ ନିୟମିତକରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ (୪୨୦୦ଗ୍ରେଡପେ) ପ୍ରଦାନକରିବା, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା ପ୍ରମୁଖ ଦାବି ଗୁଡ଼ିକ ରହିଛି। କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ଙ୍କ ନେତୃତ୍ୱରେ ,ସମ୍ପାଦକ ସୁଦର୍ଶନ ସାହୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ, ଶିକ୍ଷକ ଉଜ୍ଜଳ କୁମାର ସାହୁ, ମନୋଜ କୁମାର ମିଶ୍ର, ବିଭୂତିଭୂଷଣ ସେଠ, ଦୁଷ୍ମନ୍ତ ଲେଙ୍କା, ହେମନ୍ତ ନାଏକ, କୁଶଚନ୍ଦ୍ର ସାହୁ, କ୍ଷୀରସାଗର ସାହୁ, ଈଶ୍ୱର ମହାକୁଡ, ମନୋଜ ଦାସ, ପ୍ରତାପ ପ୍ରଧାନ, ଅନ୍ତର୍ଯ୍ୟାମୀ ମଲ୍ଲିକ, ନବୀନ ସାହୁ, ପ୍ରସନ୍ନ କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ, ରୂପ।ଧର କୁମାର, ଜୟକୃଷ୍ଣ ସାହୁ, ଅଭିମନ୍ୟୁ ରଣା, ଅଲି ପୁଟେଲ, ଥବିର ଭୋଇ, ରାଉତ ସୁନା, ଅଞ୍ଜଳି ଜାନି, ଚଞ୍ଚଳା ଭୋଇ, ସବିତା ହରପାଲ, ସସ୍ମିତା ସାହୁ, ପୁଷ୍ପଲତା ନାଏକ, ସନ୍ତୋଶିନୀ ରଣାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ବଂଶୀଧର ସାମଲ ଓ ତାଙ୍କ ଟିମ ମୁତୟନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.