ମାତାଲ ଗାଡି ଚାଳକ ସାବଧାନ; ରାୟଗଡାରେ ଓଡିଶା ପୋଲିସ ଆକ୍ସନ ମୁଡରେ

ମାତାଲ ଅବସ୍ଥାରେ ଗାଡି ଚଳାଇବା ଘଟଣାରେ ଜିଲ୍ଳାରୁ ୩୧ ଜଣ ଧରା ପଡିଛନ୍ତି, ୩୧ଗାଡି ଜବତ୍‌

ଅଢେଇ ବର୍ଷରେ ଜୋରିମାନା ଆଦାୟ ହୋଇଛି ୯କୋଟି ୮ଲକ୍ଷ ୨୫ହଜାର ୩୫୨ଟଙ୍କା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସଡକ ଦୁର୍ଘଟଣାଜନୀତ ମୃତ୍ୟୁ ହେଉ କିମ୍ବା ସଡକ ଦୁର୍ଘଟଣା ଭଳି ସଂଖ୍ୟାକୁ ହ୍ରାସ କରିବା ପାଇଁ ପୋଲିସ ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବା ହେଉ କିମ୍ବା ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ ହେଉ ତଥାପି ଅମାନିଆ ଗାଡି ଚାଳକମାନେ ନିୟମକୁ ଗୁରୁତ୍ୱ ସହ ନେଉ ନ ଥିବାରୁ ରାୟଗଡା ଜିଲ୍ଳାରେ ଏବେ ବି ସଡକ ଦୁର୍ଘଟଣାରେ ଅକାଳରେ ଜୀବନ ଚାଲି ଯାଉଛି । ଆଉ ଅନେକ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ମଦ୍ୟପାନ କରି ମାତାଲ ହୋଇ ଗାଡି ଚଳେଇବା । ତେଣୁ ମଦ୍ୟପାନ କରି ମାତାଲ ହୋଇ ଗାଡି ଚଳେଇବା ଓ ଟ୍ରାଫିକ୍ ନିୟମ ଉଲଂଘନ କରି ଗାଡି ଚଳେଇବା ଏବେ ଚାଳକ ମାନଙ୍କ ପାଇଁ ମହଙ୍ଗା ପଡିପାରେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାତାଲ ଅବସ୍ଥାରେ ଗାଡି ଚଳେଇବା ବେଳେ ଯେ କେହି ବି ପୋଲିସ ହାତରେ ଧରାପଡିଲେ ଆଉ ଥାନାରେ ନୁହେଁ ସିଧା ଅଦାଲତରେ ତାଙ୍କର ବିଚାର କରାଯିବ ବୋଲି ଆଜି ଜିଲ୍ଳା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି । ଗତକାଲି ଅଗଷ୍ଟ ୪ ତାରିଖରେ ରାୟଗଡା ଜିଲ୍ଳାର ୧୦ଟି ଥାନା ଅଂଳଚରୁ ୨୭ଟି ଏବଂ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୪ଟି ଡ୍ରଙ୍କେନ ଡ୍ରାଇଭିଂ ମାମଲା ସମୁଦାୟ ୩୧ଟି ମାମଲା ୟୁ/ଏସ-୨୭୯ ଆଇପିସି/ଆର.ଡବ୍ଳ୍ୟୁ-ସେକ୍ସନ ୧୮୫ ଏମ.ଭି.ଏକ୍ଟ ପ୍ରକାରେ ରୁଜୁ କରାଯାଇ ୩୧ଜଣ ମଦପ୍ୟ ଗାଡି ଚାଳକ ଧରା ପଡିଛନ୍ତି ଏହାସହ ୩୧ଟି ଗାଡି ଜବତ କରାଯାଇଥିବା ନେଇ ଏସ.ପି. ଶ୍ରୀ ଶର୍ମା ସୂଚନା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଜବତ ଗାଡି ମାନଙ୍କ ମଧ୍ୟରେ ୨୬ଟି ମୋଟର ବାଇକ,୨ଟି ଟ୍ରକ,୨ଟି ପିକ୍‌ଅପ୍ ଭ୍ୟାନ ଏବଂ ଗୋଟିଏ କାର ଜବତ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି । ସେହିପରି ଗତ ୨୦୨୧ ମସିହାରୁ ୨୦୨୩ ଜୁନ୍ ମାସ ପର୍ଯ୍ୟନ୍ତ ଅଢେଇ ବର୍ଷ ମଧ୍ୟରେ ଜୋରିମାନା ବାବଦକୁ ୯କୋଟି ୮ଲକ୍ଷ ୨୫ହଜାର ୩୫୨ଟଙ୍କା ଆଦାୟ ହୋଇଥିବା ବେଳେ ୨୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ୮୯,୧୧୨ଜଣଙ୍କ ବିରୋଧରେ ଭିସିଆର ନୋଟିସ ପଠାଯାଇଛି । ସେହିପରି ଚଳିତ ବର୍ଷ ଜୁନ ମାସ ସୁଦ୍ଧା ସଡକ ଦୁର୍ଘଟଣା ଓ ଆକସ୍ମିକ ଦୁର୍ଘଟଣାଜନୀତ ମୃତ୍ୟୁ ରିପୋର୍ଟ ୧୩୯ଜଣଙ୍କ ରହିଥିବା ବେଳେ ସଡକ ଦୁର୍ଘଟଣାରେ ୫୩ଜଣ ଗୁରୁତର ସହ ୨୬ଜଣ ସାମାନ୍ୟ ଆହାତ ହୋଇଥିବା ବେଳେ ଜଣେ ଆହାତ ହୋଇ ନ ଥିବା ଏବଂ ୫୯ଜଣଙ୍କ ଆକସ୍ମିକ ଦୁର୍ଘଟଣାଜନୀତ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତ ୨୦୨୨ ମସିହାରେ ସଡକ ଦୁର୍ଘଟଣା ଓ ଆକସ୍ମିକ ଦୁର୍ଘଟଣାଜନୀତ ମାମଲା ସମୁଦାୟ ୨୬୨ଟି ହୋଇଥିବା ବେଳେ ୨୦୨୧ମସିହାରେ ୩୦୪ଟି ମାମଲା ରିପୋର୍ଟ ହୋଇଥିବା ଜଣାପଡିଛି ।

ଚଳିତ ବର୍ଷର ଜୁନ ମାସ ସୁଦ୍ଧା ୨୫୯୮୩ ଜଣଙ୍କୁ ଭିସିଆର ପଠାଯାଇଥିବା ବେଳେ ୪୦୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ଜୋରିମାନା ବାବଦକୁ ୨ କୋଟି ୯୫ଲକ୍ଷ ୪୪ହଜାର ୨୭୫ ଟଙ୍କା ଆଦାୟ ହୋଇଥିବା ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଥିବା ବେଳେ ୨୦୨୨ ମସିହାରେ ଜୋରିମାନା ବାବଦକୁ ୨ କୋଟି ୬୪ ଲକ୍ଷ ୮୪ ହଜାର ୨୨୭ ଟଙ୍କା ଆଦାୟ ହୋଇଥିବା ବେଳେ ୨୬୫୮୦ଜଣଙ୍କୁ ଭିସିଆର ପଠାଯାଇ ୧୩୧୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଥିଲା । ସେହିପରି ୨୦୨୧ ମସିହାରେ ୩୬୫୪୯ ଜଣଙ୍କୁ ଭିସିଆର ପଠାଯାଇଥିବା ବେଳେ ୫୪୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଥିଲା ଏବଂ ଜୋରିମାନା ବାବଦକୁ ୩କୋଟି ୪୭ ଲକ୍ଷ ୯୬ ହଜାର ୮୫୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର,ଅମୂଲ୍ୟ କୁମାର ଧର, ରାୟଗଡା ଏସଡିପିଓ ରଶ୍ମିରଂଜନ ସେନାପତି,ପରିବହନ ବିଭାଗୀୟ ଅଧିକାରୀ ପ୍ରଭାସ କୁମାର ବାଗଲା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.