ମୋ’ ସ୍କୁଲ ଅଭିଯାନ, ମୁକ୍ତ ହସ୍ତରେ ଅର୍ଥଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଜ ସ୍କୁଲ ସହିତ ଭାବନାତ୍ମକ ଭାବେ ସଂଯୁକ୍ତ ହେବା ପାଇଁ ଏକ ସୁଯୋଗ ଆଣି ଦେଇଛି “ମୋ’ ସ୍କୁଲ ଅଭିଯାନ”। ଏହା ମାଧ୍ୟମରେ ଆପଣ ନୂଆ ପିଢ଼ିର ଛାତ୍ରଛାତ୍ରୀ ମାନଙ୍କ ସହିତ ମିଶିବା ସହ ସେମାନଙ୍କୁ ସଫଳ ଭବିଷ୍ୟତ ଗଢିବା ଲାଗି ପଥ ପ୍ରଦର୍ଶନ କରିପାରିବେ। କେବଳ ନିଜ ସ୍କୁଲ ନୁହେଁ, ଆପଣ ନିଜ ଇଚ୍ଛା ଅନୁସାରେ ଅନ୍ୟ ସ୍କୁଲ ମଧ୍ୟ ବାଛି ପାରିବେ ଏବଂ ସେଠାରେ କେଉଁ ଉନ୍ନତିମୂଳକ କାମ କରିବାକୁ ଚାହୁଁଛନ୍ତି ତାହା କହି ପାରିବେ।ନିଜ ପୁରୁଣା ସ୍କୁଲର ଉନ୍ନତି ପାଇଁ ଦାନ କରିବା ଏକ ଉତ୍ତମ ପଦକ୍ଷେପ। ଦୁର୍ଗମ ସ୍ଥାନରେ ଥିବା ସ୍କୁଲଟିଏକୁ ମଧ୍ୟ ସାହାଯ୍ୟର ହାତ ବଢେଇ ଦେଇ ପାରିବେ। ବିଭିନ୍ନ ସମ୍ଭାବନା ଆପଣଙ୍କ ସାମ୍ନାରେ lଆପଣ ଅର୍ଥଦାନ ଦେଇପାରିବେ, ବିଭିନ୍ନ ଆବଶ୍ୟକ ସାମଗ୍ରୀ ଦାନ କରିପାରିବେ ଅଥବା ନିଜ ଇଚ୍ଛା ଅନୁସାରେ ସ୍କୁଲ ବାଛି ତାହାର ଉନ୍ନତି ପାଇଁ ସମୟ ଦେଇ ପାରିବେ। ଏହି ଅଭିଯାନକୁ ସ୍କୁଲ ଆଲୁମିନି, ବଦାନ୍ୟ ବ୍ୟକ୍ତି ବିଶେଷ, ସାମାଜିକ ସଂଗଠନ ପକ୍ଷରୁ ସ୍ବାଗତ କରିବା ସହ ମୁକ୍ତ ହସ୍ତରେ ଅର୍ଥଦାନ କରିବା ପାଇଁ ଆଗେଇ ଆସୁଛନ୍ତି। ଏହି କ୍ରମରେ ଶନିବାର କୋକସରା ବ୍ଳକର ମହିମା ପଞ୍ଚାୟତ ହାଇ ସ୍କୁଲ ଡୁଡୁକାଠେଙ୍ଗାରେ ୫-ଟି ଯୋଜନାରେ ନୂତନ କେମ୍ପସ୍ ନିର୍ମାଣ ସକାଶେ ସର୍ବସାଧାରଣ, ପୁରାତନ ଛାତ୍ରଛାତ୍ରୀ ମୁକ୍ତ ହସ୍ତରେ ଅର୍ଥଦାନ କରିବା ପାଇଁ ଦର୍ଲିପଡାରୁ ଅଭିଯାନ କୁ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ମୁକ୍ତ ହସ୍ତରେ ୫୧ ହଜାର ଟଙ୍କା ପ୍ରଦାନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି। ସେହିପରି ପୁରାତନ ଛାତ୍ର ଗୌରାଙ୍ଗ ନାଗ ୧୧ ହଜାର ଟଙ୍କା ଦେଇଥିବାବେଳେ ମଣିରାମ ବାଣୁଆ ୫ ହଜାର ୧୦୦, ଦୈତାରୀ ଶବର ୫ ହଜାର ୧୦୦, ଥବିର ପ୍ରସାଦ ବାଣୁଆ ୫ ହଜାର, ସ୍ବର୍ଗତ ସସ୍ତରାମ ଧଙ୍ଗଡାମାଝୀଙ୍କ ଧର୍ମପତ୍ନୀ ପଦ୍ମା ଧଙ୍ଗଡାମାଝୀ ୫୦୦, ଏଭଲି ଏକାଧିକ ଲୋକ ମୋ’ ସ୍କୁଲ ଅଭିଯାନ କୁ ସଫଲ କରିବା ପାଇଁ ମୁକ୍ତ ହସ୍ତରେ ଅର୍ଥଦାନ କରିଛନ୍ତି। ତେବେ ପ୍ରଥମ ଦିନରେ ୮୪ ହଜାର ୨୦୦ ଟଙ୍କା ସଂଗ୍ରହ ହୋଇଥିବା ଜଣାପଡିଛି। ଏହି ଅଭିଯାନରେ ସ୍କୁଲ ପରିଚାଳନା କମିଟିର ସଭାପତି ଶିବ ପ୍ରସାଦ ବାଣୁଆ, ମଣିରାମ ବାଣୁଆ, ସରପଞ୍ଚ ହରିପ୍ରିୟା ନାଗ, ଖଗେଶ୍ବର ପାଣିଗ୍ରାହୀ, କବିର ବାଣୁଆ, ଦୈତାରୀ ଶବର, ଦିଗାମ୍ବର ନାଗ, ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ, ସିମାଦ୍ରୀ ନାଏକ, ୱାର୍ଡ଼ ସଭ୍ୟା ରିତା କଟା, ସୋତୟା ନାଏକ, ପୁରାତନ ଛାତ୍ର ନିଲମଣି ଖମାରୀ, ହରିଶ୍ଚନ୍ଦ୍ର ବିଶି, ଚନ୍ଦ୍ର ଶେଖର ବାଣୁଆ ସମେତ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.