କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘର ସାମ୍ବାଦିକ ସମ୍ମିଳନୀ; ଅଗଷ୍ଟ ୧୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ନିଷ୍ପତ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ଲକ ଅଧ୍ୟକ୍ଷ ସଂଘ ତରଫରୁ ନର୍ଲା ବ୍ଲକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଅଧ୍ୟକ୍ଷଙ୍କୁ ସଦର ବିଡ଼ିଓ ଜୋତାରେ ବାଡେଇବି ବୋଲି ସର୍ବ ସମକ୍ଷରେ ଅପମାନିତ କରବା ସହ ମୁଁ ତ ଯା ହେଲେ ତମକୁ ଦୟା କରୁଛି କେସିଙ୍ଗା ବିଡ଼ିଓ କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କୁ ବ୍ଲକକୁ ପସେଇ ଦେଉ ନାହାନ୍ତି । ବ୍ଲକର କୌଣସୀ ପ୍ରପଜାଲରେ ବ୍ଲକ ଅଧ୍ୟକ୍ଷଙ୍କ ଦସ୍ତଖତ ରହିବାର ଗାଇଡ଼ ଲାଇନ ନାହିଁ ତେଣୁ ତମ ଦସ୍ତଖତର ଆବଶ୍ୟକତା ନାହିଁ ବୋଲି କଟୁକ୍ତି କରି ଅପମାନିତ କରିଥିବାରୁ ଭବାନୀପାଟଣା ବିଡ଼ିଓଙ୍କ ଏଭଳି ଦୁର୍ବ୍ୟବହାରକୁ କଳାହାଣ୍ଡି ବ୍ଲକ ଅଧ୍ୟକ୍ଷ ସଂଘ ଏହାର ତୀବ୍ର ନିନ୍ଦା କରିବା ସହ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବ ବୋଲି କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘର ସଭାପତି ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହନନ୍ଦ କହିଛନ୍ତି । ବ୍ଲକ ଅଧ୍ୟକ୍ଷ ସଂଘର ଗଣଧାରଣା ଅଗଷ୍ଟ ୭ ସୋମବାର ସ୍ଥିତିକୃତ ହୋଇଥିଲା। ହେଲେ ସୋମବାର ଦିନ ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି ଏବଂ ଆସନ୍ତା ଅଗଷ୍ଟ ୯ ଜାତୀୟ ଆଦିବାସୀ କ୍ରାନ୍ତି ଦିବସ ରହିଥିବାରୁ ଆଦିବାସୀ କାର୍ଯ୍ୟକ୍ରମକୁ ସମ୍ମାନ ଦେଇ ଅଗଷ୍ଟ ୭ ର ଗଣଧାରଣାକୁ ସ୍ଥଗିତ ରଖି ଆସନ୍ତା ଅଗଷ୍ଟ ୧୦ ଗୁରୁବାର ଦିନ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନର୍ଲା ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ସଂଘର ଉପସଭାପତି ମନୋରମା ମହାନ୍ତି, ସଂଘର ବରିଷ୍ଠ ସଦସ୍ୟା ତଥା ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.