ଓଡ଼ିଆ ବାର୍ତ୍ତାର ଷଷ୍ଠ ସ୍ଵନକ୍ଷତ୍ର ସମାରୋହ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଗତ ୬ ବର୍ଷ ଧରି ନିଚ୍ଛକ ଖବର ପ୍ରସାରଣ କରି ‘ଓଡ଼ିଆ ବାର୍ତ୍ତା’ ସାରା ଓଡ଼ିଶାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗ୍ରାମାଞ୍ଚଳର ଟିକିନିଖି ଖବର ପ୍ରକାଶ କରି ସବୁ ବର୍ଗର ପାଠକଙ୍କ ଦ୍ବାରା କମ ସମୟ ମଧ୍ୟରେ ବେଶ୍ ଆଦୃତ ହୋଇ ପାରିଛି ଓଡ଼ିଆ ବାର୍ତ୍ତା। ନିଆରା ଭାଷା ଶୈଳୀ ଓ ନିରପେକ୍ଷ ଖବର ପ୍ରସାରଣ ଯୋଗୁଁ ପାଠକ ଓଡିଆ ବାର୍ତ୍ତାର ପ୍ରତିଟି ଖବର ଆଗ୍ରହର ସହ ପଠନ କରିଥାନ୍ତି। ଏହି ଗଣମାଧ୍ୟମ ସାଧାରଣ ଜନତାଙ୍କ ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଛି ବୋଲି ‘ଓଡିଆ ବାର୍ତ୍ତା’ର ଷଷ୍ଠ ସ୍ଵନକ୍ଷତ୍ର ସମାରୋହ ଅବସରରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଅଗ୍ରସେନ ଭବନ ଠାରେ ‘ଓଡ଼ିଆ ବାର୍ତ୍ତା’ର ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବ ପାଳନ ସହ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ସାମ୍ବାଦିକ ୟୁନିଅନ୍ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ସୁନୀଲ କୁମାର ଅଗ୍ରୱାଲ, ପ୍ରସାର ପରିଚାଳକ ରଜତ ବଂଶଲ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ପବିତ୍ର ଶବର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଯୋଗଗୁରୁ ଟିକେରାମ ନାଏକ, ସମାଜସେବୀ କାମିନୀ କିନ୍ନର, ଗବେଷକ ମେଦିନୀଧର ଜାନୀ, ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା, ଲାଞ୍ଜିଗଡ଼ ପ୍ରେସ କ୍ଲବ, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ଲାଞ୍ଜିଗଡ଼ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଓଡ଼ିଆ ବାର୍ତ୍ତାର କାର୍ଯ୍ୟକାରୀ ସଂପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.