ବିରୋଧୀ କହିଲେ ‘ଇଣ୍ଡିଆ’କୁ ଡରୁଛି ବିଜେପି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କ’ଣ ରହିବ ଦେଶର ନାଁ ? ଭାରତ ନା ଇଣ୍ଡିଆ ?  ଜି-୨୦ ସମ୍ମିଳନୀ ପୂର୍ବରୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନର  ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ବେଶି ଜୋର ଧରିଛି । ଏହି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ଲେଖା ଯାଇଛ ପ୍ରେସିଡେଣ୍ଟ ଅଫ ଭାରତ ।

Omkar Vasthu
Omkar Vasthu

ଜି ୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସୁଥିବା ବିଦେଶୀ ଅତିଥି ଏବଂ ଦେଶର କିଛି ନେତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଏହି ନିମନ୍ତ୍ରଣ ପତ୍ରକୁ ନେଇ ବିରୋଧୀ ଜୋରଦାର ବିରୋଧ କରିଛନ୍ତି । ଇଣ୍ଡିଆ ମେଣ୍ଟ ନେତାଙ୍କ ଅଭିଯୋଗ ଯେ, ଏହା ପଛରେ ବିଜେପିର ଇଣ୍ଡିଆ ମେଣ୍ଟ ପ୍ରତି ଥିବା ଭୟ ବାରି ହୋଇ ପଡୁଛି ।

Pearl dental clinic
Near Ashish Medical Store, Bhawanipatna

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଆଜି ସେମାନେ ଇଣ୍ଡିଆର ନାଁ ବଦଳାଇ ଦେଲେ । ଇଂରାଜୀରେ ଆମେ ଇଣ୍ଡିଆ ଏବଂ ଇଣ୍ଡିଆନ କନଷ୍ଟିଚ୍ୟୁଶନ କହୁ । ହିନ୍ଦୀରେ ଭାରତ ଏବଂ ଭାରତର ସମ୍ବିଧାନ ବୋଲି କହୁ । ତେବେ ଇଣ୍ଡିଆ ନାଁ ବିଶ୍ୱରେ ପରିଚିତ । ଅଚାନକ ଏମିତି କ’ଣ ହେଲା ଯେ ଦେଶର ନା ବଦଳାଇବା ଦରକାର ପଡିଲା ?

Udyog Nursery
Udyogi Nursery

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ କହିଛନ୍ତି, ବିଜେପିକୁ ଶାସନ ହଟାଇବା ପାଇଁ ବିରୋଧୀ ଏକଜୁଟ ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି । ହେଲେ ଏବେ ବିଜେପି ଇଣ୍ତିଆକୁ ଭାରତରେ ବଦଳାଇ ଦେବାକୁ ଚାହୁଁଛି । ବିଜେପି ଭାରତରେ ପରିବର୍ତ୍ତନ ପ୍ରତିଶ୍ରୁତି ଦେଇଥିଲା । ହେଲେ ୯ ବର୍ଷ ପରେ କେବଳ ନାଁ ହିଁ ବଦଳିଛି ।

ଅନ୍ୟପକ୍ଷେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ହିନ୍ଦୁ ନାମ ମଧ୍ୟ ବିଦେଶୀମାନେ ଦେଇଛନ୍ତି । ଅଧୀର ରଞ୍ଜନ କହିଛନ୍ତି, ‘ମୋତେ ଲାଗୁଛି ପ୍ରଧାନମନ୍ତ୍ରୀ ନିଜେ ଇଣ୍ଡିଆ ନାଁ ଡରୁଛନ୍ତି । ଯେବେଠାରୁ ବିରୋଧୀଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖାଗଲା ସେବେଠାରୁ ପ୍ରଧାନମନ୍ତ୍ରୀଙ୍କର ଇଣ୍ଡିଆ ଶବ୍ଦ ପ୍ରତି ଘୃଣା ବଢିଯାଇଛି ।’

ଅନ୍ୟପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କିଛି ଦଳକୁ ନେଇ ଗଠିତ ମେଣ୍ଟର ନାଁ ଯଦି ଇଣ୍ଡିଆ ରଖାଯିବ ତେବେ କ’ଣ ଦେଶର ନାଁ ବଦଳିଯିବ । ଯଦି ମେଣ୍ଟ ନାଁ ଭାରତ ରଖାଯିବ ତେବେ ଭାରତର ନାଁ ବଦଳାଇ କ’ଣ ବିଜେପି କରଦେବ କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.