ତାମିଲନାଡୁ ମନ୍ତ୍ରୀ ଷ୍ଟାଲିନଙ୍କ ସନାତନ ହିନ୍ଦୁଧର୍ମ ବିରୋଧୀ ଘୃଣା ମନ୍ତବ୍ୟକୁ ନିନ୍ଦା

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଶ୍ୱହିନ୍ଦୁ ପରିଷଦ ରାୟଗଡା ଜିଲ୍ଳାର ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ତାମିଲନାଡୁ ରାଜ୍ୟର ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ହିନ୍ଦୁ ଧର୍ମ ବିରୋଧୀ ଘୃଣା ମନ୍ତବ୍ୟକୁ ନିନ୍ଦା କରି ରାୟଗଡା ଜିଲ୍ଳା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଚଳିତ ମାସର ୨ତାରିଖରେ ତାମିଲନାଡୁ ରାଜ୍ୟର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏକ ସଭାରେ ହିନ୍ଦୁ ଧର୍ମକୁ ସମାପ୍ତ କରି ଦେବା ସହିତ ଏହି ମହାନ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହିତ ତୁଳନା କରି ଗୈାରବଶାଳୀ, ଉଜ୍ୱଳ ହିନ୍ଦୁ ପରମ୍ପରାକୁ ଅପମାନିତ କରିଛନ୍ତି ଏବଂ କୋଟି କୋଟି ସନାତନ ହିନ୍ଦୁ ଧର୍ମ ଓ ସଂସ୍କୃତିର ଆସ୍ଥା ଓ ବିଶ୍ୱାସକୁ କୁଠାରଘାତ କରିଛନ୍ତି ବୋଲି ଉଲ୍ଳେଖ କରାଯାଇଛି। ଗୋଟିଏ ରାଜ୍ୟର ମନ୍ତ୍ରୀ ଭାବେ ଦେଇଥିବା ବକ୍ତବ୍ୟ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଅସାମ୍ବାଧିନକ ଅଟେ ଏବଂ ଏହା ସମ୍ବିଧାନର ଧାରା ୨୫ ଓ ୨୬ର ସ୍ପଷ୍ଟ ଉଲଂଘନ ଅଟେ ବୋଲି ଉଲ୍ଳେଖ କରାଯାଇଛି। କାଶ୍ମିର ଘାଟିରେ ସନାତନ ହିନ୍ଦୁ ବିରୁଦ୍ଧରେ ଘୃଣା ନିର୍ମାଣ କରି ହିନ୍ଦୁମାନଙ୍କର ନରସଂହାର କରାଯାଇଥିବା ବେଳେ ମନ୍ତ୍ରୀ ଷ୍ଟାଲିନ ମଧ୍ୟ ତାମିଲନାଡୁରେ ହିନ୍ଦୁ ବିରୋଧୀ ବାତାବରଣ ନିର୍ମାଣ କରି ଦେଶକୁ ଭାଗ କରିବାରେ ଅପପ୍ରୟାସ କରୁଛନ୍ତି ତେଣୁ ରାଜ୍ୟପାଳ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ତାମିଲନାଡୁ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଏପରି ଘୃଣା ମନ୍ତବ୍ୟ ବିଷୟରେ ଅବଗତ କରାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଅନ୍ୟ କେହି ସନାତନୀ ହିନ୍ଦୁମାନଙ୍କର ଆସ୍ଥା ଓ ବିଶ୍ୱାସ ପ୍ରତି ଆଘାତ କରିବାର ଦୁଃସାହସ କରିବେ ନାହିଁ ବୋଲି ଉଲ୍ଳେଖ ରହିଛି। ଏହି ଦାବିପତ୍ର ପ୍ରଦାନ ବେଳେ ରାୟଗଡା ଜିଲ୍ଳା ଶାଖା ବିଶ୍ୱହିନ୍ଦୁ ପରିଷଦ ସଭାପତି ଗୈାରଚନ୍ଦ୍ର ନାୟକ, ସଂପାଦକ କୁନା ରମେଶ, ସହ ସଂପାଦକ ଅଶୋକ ମହାରଣାଙ୍କ ସମେତ ବଜରଙ୍ଗ ଦଳ ସଭ୍ୟ ରାମଚନ୍ଦ୍ର ସାହୁ, ସଂଯୋଜକ ଅଜୟ ଆଶ୍ରଣୀ, ସହ ସଂଯୋଜକ ଶୋଷ୍ୟଜ୍ୟୋତି ବେହେରା, ବାଳ ଉପାସନ ପ୍ରମୁଖ ବିଜୟ ଚୁଲେଟ ପ୍ରମୁଖ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.