ଧର୍ମଗଡ଼ ଏନଏସି ଯାଦବ ମହାସଭା ପକ୍ଷରୁ ନନ୍ଦଉତ୍ସବ 

ବିରାଟ ପଟୁଆରରେ ନଗର ପରିକ୍ରମା କଲେ ଯାଦବ ମହାସଭା, ଜୟ ଯାଦବ ଜୟ ମାଧବ ଧ୍ବନୀରେ ପ୍ରକମ୍ପିତ ହେଲା ଗଗନ ପବନ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼/ କୋକସରା (ଲବଣୀ ରାଉତ/ ହିରଣ୍ୟ ବେହେରା): ଧରାବତରଣ କରିଛନ୍ତି ଯଦୁପତି ଶ୍ରୀକୃଷ୍ଣ। ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ କୋଳରେ ଧରି ଧନ୍ୟ ହୋଇଛି ଯଦୁ ବଂଶ। ଦ୍ବପର ଯୁଗର ସେହି ଅମର ଗାଥା ଆଜି ପ୍ରତିଫଳିତ ହୋଇଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭା ଆନୁକୂଲ୍ୟରେ ସ୍ଥାନୀୟ ପଞ୍ଚାୟତ ଖେଳ ପଡିଆ ଠାରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହା ଆଡମ୍ବରରେ ପାଳିତ ହେଉଛି। ବୁଧବାର ପାରମ୍ପରିକ ରିତି ନିତି ଅନୁସାରେ ଜନ୍ମାଷ୍ଟମୀ ବ୍ରତ ପାଳିତ ହୋଇଥିଲା। ଗୁରୁବାର ବିରାଟ ପାଟୁଆରାରେ ନଗର ପରିକ୍ରମା ସହ ପାରମ୍ପରିକ ବନାବାଡ଼ି, ସଂକୀର୍ତନ, ଡିଜେ ବାଦ୍ୟରେ ଝୁମିଥିଲେ ଯାଦବ ପୁଅ ଝିଅ, ବରିଷ୍ଟ ପୁରୁଷ ଓ ମହିଳା। ଜୟ ଶ୍ରୀକୃଷ୍ଣ। ଜୟ ଯାଦବ ଜୟ ମାଧବ। ଜୟ ଯଦୁବଂଶ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ। ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭା ସଭାପତି ଅନିରୁଦ୍ଧ ଲହଜଲଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ, ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁ ଲହଜଳ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଜୁଏଡ଼, ବରିଷ୍ଠ ଯାଦବ ନେତୃତ୍ବ ଧନୁ ଗୋପାଳ, କେଦାର ଖରସେଲ, ଧନସିଂ ବାଗ, ବିନୋଦ ରାଉତ, ଟିକମନ ଯାଦବ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ୱର ଲହଜଲ, କଳାହାଣ୍ଡି ଜିଲ୍ଲା ମହିଳା ଯାଦବ ମହାସଭା ସଭାନେତ୍ରୀ ରଶ୍ମିରେଖା ରାଉତ, ଲାଞ୍ଜିଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ ନାଗ, କୋକସରା ବ୍ଲକ ଯୁବ ଯାଦବ ସଭାପତି ଶରତ ଚନ୍ଦ୍ର ରାଉତ, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗ, ସ୍ୱାଧୀନ ବାଗ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ, ଚନ୍ଦ୍ର ଲହଜଲ, ଗିରିଧାରୀ ତେଜୀ, ସୁରଥ ହେର୍ଣ୍ଣା, କାଶୀନାଥ ଘି, ନିରାକାର ଗୋପାଳ, ସୁଦର୍ଶନ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଯାଦବ ନେତୃବୃନ୍ଦ ଯୋଗ ଦେଇଥିଲେ। ଶେଷରେ ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନନ୍ଦ ଉତ୍ସବ କମିଟି ସଂପାଦକ ପିଣ୍ଟୁ ଭଇଁସାଲ, ଯାଦବ ପୂଜକ ରବିଶଙ୍କର କେତକି, ରାଜା ହାତୀ, ଫକିର ରାଉତଙ୍କ ସମେତ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ସଦସ୍ୟାବୃନ୍ଦ ସହଯୋଗ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.