ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ରରୁ ବାହାରିଲା ନବାନ୍ନ ଭକ୍ଷଣର ନିର୍ଦ୍ଧାରିତ ସମୟ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ନନ୍ଦ ଉତ୍ସବ ଦିବସରେ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ, କୋଟସମଲେଇ ଓ ଜିଲ୍ଲାର ବରିଷ୍ଠ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିି ପଞ୍ଚମୀ) ବୁଧବାର ତା ୨୦.୦୯.୨୦୨୩ ଦିବା ଘ.୮: ୧୩ମି ଗତେ ୮ଘଂଟା ୨୭ ମିନିଟ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ଧନୁ ନବାଂଶେ ସପ୍ତମ କେନ୍ଦ୍ରରେ ବୃହସ୍ପତି ଓ ଦଶମ କେନ୍ଦ୍ରରେ ଶୁକ୍ର ଅବସ୍ଥାନ ସମୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନକୁ ସର୍ବସମ୍ମୁଖରେ ପ୍ରଭୁଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି, ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା, ଜ୍ୟୋତିର୍ବିଦ ମନୋ ରଂଜନ ପାଢ଼ୀ, ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା, ଜ୍ୟୋତିର୍ବିଦ ଗୌର ଚରଣ ନନ୍ଦ, ଜ୍ୟୋତିର୍ବିଦ ସୋନ୍ତୋଷ କୁମାର ପୁରୋହିତ, ଜ୍ୟୋତିର୍ବିଦ ରାମ କୃଷ୍ଣ ପଣ୍ଡା, ଉପେନ୍ଦ୍ର ଚାନ୍ଦ, ଦେବାର୍ଚ୍ଚନ ଦାଶ, ମୁରଲୀ ଧର ପୁଝ।ହାରି, ଭଗଵାନ ଷଡ଼ଙ୍ଗୀ,ଚିତ୍ତ ରଂଜନ ପାଢ଼ୀ, ଶରତ କୁମାର ଚାନ୍ଦ, ପୂଜକ ଗୁଣା କାର ପଣ୍ଡା, ଗଡତିଆ ଚମରା ଅମାତ, ଉତ୍ତର କୁମାର ପାତ୍ର, ଜାନକୀ ରାମ ଦେହୁରୀ, ଜଗଦୀଶ କର୍ଣ୍ଣ, ବୀରମିତ୍ର ପଧାନ, ନଳିନୀ କାନ୍ତ ବାଘ, ମିତ୍ରଭାନୁ ମହାକୁର, ଅଭିଷେକ ଦେହୁରୀ , ଟିକୁନ କୁମାର ଦାଶ, ଜଗନ୍ନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଗୌର ଚରଣ ନନ୍ଦ, ସନ୍ତୋଷ କୁମାର ପୁରୋହିତ, ରାମ କୃଷ୍ଣ ପଣ୍ଡା, ଉପେନ୍ଦ୍ର ଚାନ୍ଦ, ଦେବାର୍ଚ୍ଚନ ଦାଶ, ମୁରଲୀ ଧର ପୂଜାହାରି, ଭଗଵାନ ଷଡ଼ଙ୍ଗୀ, ଚିତ୍ତ ରଂଜନ ପାଢ଼ୀ, ଶରତ କୁମାର ଚାନ୍ଦ, ଗୁଣା କାର ପଣ୍ଡା, ଗଡତିଆ ଚମରା ଅମାତ, ଉତ୍ତର କୁମାର୍ ପାତ୍ର, ଜାନକୀ ରାମ ଦେହୁରୀ, ଜଗଦୀଶ କର୍ଣ୍ଣ, ବୀରମିତ୍ର ପଧାନ, ନଳିନୀ କାନ୍ତ ବାଘ, ମିତ୍ରଭାନୁ ମହାକୁର, ଅଭିଷେକ ଦେହୁରୀ, ଟିକୁନ କୁମାର ଦାଶ, ଜଗନ୍ନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ପାତାଳୀ ଶ୍ରୀକ୍ଷେତ୍ରର ଟ୍ରଷ୍ଟି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଓ ଜଣ ସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.