ଆଦର୍ଶ ଶିକ୍ଷୟତ୍ରୀ ଲକ୍ଷ୍ମୀ ବଗର୍ତ୍ତୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଆମ ବିଦ୍ୟାଳୟ ତାଙ୍କ ପାଇଁ ଗର୍ବିତ ପ୍ରଦୀପ ସାହୁ, ପ୍ରଧାନ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀଙ୍କୁ ବିଦ୍ୟାଳୟରେ ସହକର୍ମୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ମେଦିନିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଶ୍ରୀ ସାହୁ ସ୍ୱଗାତ ଭାଷଣ ଦେବାପରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନିଖିଳ ଉତ୍କଳ ସି.ଟି. ପ୍ରାଥମିକ ଶିକ୍ଷକ ଫେଡେରେସନ୍ କଳାହାଣ୍ଡି ଶାଖା ପକ୍ଷରୁ ଗତ ୫ ସେପଟେମ୍ବର-୨୦୨୩ ରେ ସଦର ମହକୁମା ଭବାନୀପାଟଣା ଅମଲା ଭବନ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୨୬ତମ  ଗୁରୁଦିବସରେ କଳାହାଣ୍ଡି ଶିକ୍ଷକ ସମ୍ମାନ- ୨୦୨୩ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ଜଣେ ଛାତ୍ର ବତ୍ସଳ, ସ୍ନେହୀ, ମିଷ୍ଟଭାଷୀ, ସମୟାନୁବର୍ତ୍ତି, କର୍ତ୍ତବ୍ୟ ପରାୟଣ ଶିକ୍ଷୟତ୍ରୀ ଭାବରେ ସେ ସମସ୍ତଙ୍କର ଅତିପ୍ରିୟ ହୋଇ ପାରିଛନ୍ତି। ଆଦର୍ଶ ଶିକ୍ଷୟତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଗୁରୁ ଦିବସରେ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧିତ ହୋଇ ବିଦ୍ୟାଳୟ ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ତାଙ୍କ ପାଇଁ ଆମେ ଗର୍ବିତ ବୋଲି ମତବ୍ୟକ୍ତ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.