ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକରେ ଡେଙ୍ଗ ଗ୍ରାମର ବିଦ୍ୟାଳୟ ପରିସରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ଅବସରରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ନେଇ ପ୍ରାଥମିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡେଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର, ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠି, ଶିକ୍ଷୟିତ୍ରୀ ରଣୁକା ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ତାଲିକାଦାତା ଭାବରେ ପ୍ରାଥମିକ ଚିକିତ୍ସା ଫାଷ୍ଟ ଏଡ଼ର ରାମ ନାରାୟଣ ଦାଶ ଯୋଗଦେଇ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରି ପ୍ରାଥମିକ ଚିକିତ୍ସା ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ। ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସମସ୍ତଙ୍କୁ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ଚନ୍ଦ୍ର ଶେଖର ସେଠ ପରିଚାଳନା କରିଥିଲା ବେଳେ ସଭ୍ୟ ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.