ଦାବିପତ୍ର ଦେବା ମାସେ ବିତିଲା ହେଲେ ପୂରଣ ହେଲାନାହିଁ ଶିକ୍ଷକ ସମସ୍ୟା
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ବିବିନା ପଞ୍ଚାୟତର ଜାମପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ଥିବାବେଳେ ୧୩୦ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାଯାଇଛି l ଯାହାଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି l ଏହି ବିଦ୍ୟାଳୟ ପାଇଁ ଆହୁରି ୩ ଜଣ ଶିକ୍ଷକ ଆବଶ୍ୟକ ରହୁଥିବା ବେଳେ ଶିକ୍ଷା ବିଭାଗ ନୀରବ ରହୁଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l ଏ ନେଇ ସ୍କୁଲ କମିଟି ତରଫରୁ ସଇଁତଲା ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଙ୍କୁ ଲିଖିତ ଅଭିଯୋଗ କରିବାର ୧ ମାସ ବିତି ଯାଇଥିଲେ ମଧ୍ୟଶିକ୍ଷକ ସମସ୍ୟା ପୂରଣ ନ ହେବା ସହିତ କୋଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଗ୍ରାମବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଯଦି ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସ୍କୁଲରେ ତାଲା ଦିଆଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି l ଏଣୁ ୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ କିପରି ଭାବରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପାଠ ପଢ଼ାଇବେ ତାହାକୁ ନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଏହି ଦାବୀପତ୍ର ସମୟରେ ସ୍କୁଲ ସଭାପତି କାହ୍ନୁଚରଣ ଭାଟି, ହରି ଭାଟି, ରମେଶ ଭାଟି, ମହେନ୍ଦ୍ର ଭାଟି , ଚିତ୍ରସେନ ଭାଟି , ହେମଲତା ସାଗର , ସାବିତ୍ରୀ ସାଗର, ସବିତା ସାଗର , ଗୀତାଞ୍ଜଳି ସାଗର , ମମତା ସାଗର , କୈଳାଶ ଭୋଇ , ବୈଷ୍ଣବ ସାଗର , ମୁରଲୀ ସାଗର ଙ୍କ ସମେତ ସ୍କୁଲ କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ l