ରାୟଗଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟରେ ୟୁଥ୍ ରେଡ କ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟ କମିଟି ସଭା 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ସ୍ଵଂୟଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ “ୟୁଥ୍ ରେଡ କ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟ କମିଟି” ସଭା ମହାବିଦ୍ୟାଳୟରେ ୟୁଥ ରେଡ କ୍ରସ (ୱାଇଆରସି ) ତରଫରୁ ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲଡ଼ ବ୍ୟାଙ୍କ ଅଫିସର ଏମ.ଏମ ଅଜିତ, ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ବବିଲତା ସରଫ ଏବଂ ପୂର୍ବତନ ୱାଇଆରସି କାଉନସିଲର ଶ୍ରୀନିବାସ ଆଚାରୀ ସ୍ବାଗତ ସମ୍ବର୍ଦ୍ଧନା ଭାଷଣ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ୱାଇଆରସି କାଉନସିଲର ଶ୍ରୀନିବାସ ଆଚାରୀ, ଅମିତ ସାହୁ, ତୃପ୍ତିମୟୀ ଭୋଇ ତଥା ଜିଲ୍ଲାର ୪୫ ଗୋଟି କଲେଜର ଅଧ୍ୟକ୍ଷା/ଅଧ୍ୟକ୍ଷ ଏବଂ ୱାଇଆରସି କାଉନସିଲରମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୱାଇଆରସିର ବିକାଶକ୍ରମ ସହିତ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟପ୍ରତି କିପରି ଲୋକମାନଙ୍କୁ ସଚେତନ କରିବା, ବିଭିନ୍ନ ଦିବସରେ ରେଲି ପ୍ରୋଗ୍ରାମ ସହିତ କିଛି ପ୍ରତିଶତ ୱାଇଆରସି ପାଣ୍ଠି ରେ ସଞ୍ଚୟ କରି ଲୋକମାନଙ୍କୁ ଦରକାର ସମୟରେ ସାହାର୍ଯ୍ୟ କରିବା ଇତ୍ୟାଦି ବିଷୟ ଆଲୋଚନା କରି ସଭା ଶେଷରେ ୱାଇଆରସି କାଉନସିଲର ଅମିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ମଧ୍ୟାହ୍ନ ଭୋଜନର ଆୟୋଜନ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.