ଛାତ ତଳେ ଚାପିହୋଇ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବଡ଼ବଜାର ଦୁର୍ଗାମଣ୍ଡପ ଅଞ୍ଚଳରେ ଶନିବାର ଦିନ ଅଭାବନୀୟ ଘଟଣା କ୍ରମେ ଜଣେ ଶ୍ରମିକ ଙ୍କ ପୁରୁଣା ଛାତ ତଳେ ଚାପି ହୋଇ ପ୍ରାଣବାୟୁ ଉଡ଼ିଯାଇଛି। ଗରିବୀ ପାଇଁ ପେଟ ପୋଷିବାକୁ ଆସିଥିଲେ ସହରକୁ ମୂଲ ଲାଗି ଦୁଇପଇସା ରୋଜଗାର କଲେ ପରିବାର ପାଇଁ ତେଲ ଲୁଣ ସହ ରୁଗଣ ପିତାମାତା ଙ୍କ ପାଇଁ ଔଷଧ ନେବାର ଆଶାକରି ଆସିଥିଲେ ଶଶୀଧର ହେଲେ କିଏ ଜାଣିଥିଲା ସେଇକାମ ହିଁ ତାର ଜୀବନ ନେଇଯିବ ବୋଲି। ବୌଦ୍ଧ ଜିଲ୍ଲା ଧୁଙ୍ଗିଆପଦର ଗ୍ରାମ ରୁ ଆସିଥିବା ଶଶିଧର ମହାନନ୍ଦିଆ ଆଜି ବଡ଼ବଜାର ଦୂର୍ଗାମଣ୍ଡପ ପାଖରେ ଥିବା ସାହୁ ପରିବାରର ନନ୍ଦ କିଶୋର ସାହୁ ଙ୍କ ଏକ ପୁରୁଣା ଘରର ଛାତ ଭାଙ୍ଗିବାକୁ ଆସିଥିଲେ ହେଲେ ଦୁର୍ଭାଗ୍ୟ ବଶତଃ କାମ କରୁଥିବା ସମୟରେ ଛାତ ଟି ହଠାତ୍ ମାଡ଼ି ବସିଥିଲା ଆଉ ଛାତ ତଳେ ଚାପି ହୋଇଯାଇଥିଲା ପୁରା ଶରୀର। ଦମକଳ ବାହିନୀ ଆସି ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉ କି ଯେ ସୋନପୁର ପୌର ପରିଷଦ ଦ୍ୱାରା ଦୀର୍ଘ ମାସ ଧରି ବଡ଼ବଜାର ଅଞ୍ଚଳ ମୂଖ୍ୟ ନାଳ ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ କରିବାକୁ ନୋଟିସ ଦେଇଥିବା ବେଳେ କିଛି ଘର ମାଲିକ ସ୍ଵତଃପୂର୍ତ୍ତ ଭାବରେ ନିଜର ଘର ଭାଙ୍ଗି ପ୍ରଶାସନକୁ ସହଯୋଗ କରିଥିବା ବେଳେ କିଛି ମାଲିକ ଏବେ ପର୍ଯ୍ୟନ୍ତ ଜାଗା ଛାଡ଼ି ନ ଥିଲେ ଯାହାକି ପୌର ପ୍ରଶାସନ ତରଫରୁ ପରେ ତାହାକୁ ସୁରକ୍ଷିତ ଭାବରେ ଜବରଦଖଲ ମୁକ୍ତ କରିବା ଥିଲା କିନ୍ତୁ ତାହା ନ କରି ଏବେ ପୁଣି କମ ଦିନର ସମୟ ଦେଇ ଜାଗା ଛାଡ଼ିବା ପାଇଁ ପୌର ପ୍ରଶାସନ ତାଗିଦ କରିଥିଲା l ନିୟମତଃ ଯଦି ପୌର ପରିଷଦ ନିଜ ଦାୟିତ୍ୱ ନିଜେ ମୁଣ୍ଡାଇ ଥାନ୍ତା ଆଜି ଅକାରଣ ରେ ଗୋଟେ ବହୁ ମୂଲ୍ୟ ନିରୀହ ଜୀବନ ଯାଇ ନ ଥାନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି । ଏ ଶ୍ରମିକ ପରିବାର ପିଲା ଛୁଆ ଅନାଥ ହୋଇ ନ ଥାନ୍ତେ l ଘର ଭାଙ୍ଗିବାକୁ ପୌର ପରିଷଦ ଲୋକଙ୍କୁ ଟାଇମ ଟାର୍ଗେଟ ଦେଇ ଘୋଷଣା କରିବା ପରେ ଆମେ ମୁଲେଇ ଚୂଲେଇ ଶୀଘ୍ର ଘର ଭଙ୍ଗା କାମ ସାରିବାକୁ କଣ୍ଟାକ୍ଟ ଦେଇଥିଲୁ ବୋଲି ଘର ମାଲିକ ପ୍ରକାଶ କରିଛନ୍ତି l କେବଳ ଏ ଘଟଣା ନୁହେଁ ପୌର ଅଧିକାରୀ ଙ୍କ ସହର ରେ ଏଭଳି ଅନେକ ଘଟଣା ରେ ମନମାନି ଓ ବଡ଼ ପଣିଆ ନୀତି କୁ ବୁଦ୍ଧିଜୀବୀ ଘୋର ନିନ୍ଦା କରିଛନ୍ତି l ଏବଂ ଦୀର୍ଘ ଦିନ ରୁ ଏ ଅଧିକାରୀ ଙ୍କ ଅନ୍ୟତ୍ର ବଦଳି ହୋଇଥିବା ସତ୍ୱେ ଏ ଜାଗା ରୁ ରିଲିଭ ନ ହେବା ପଛରେ କଣ ରହସ୍ୟ ରହିଛି ତାହା ଏ ଘଟଣା ପରେ ଲୋକେ ପ୍ରଶ୍ନ କରିଛନ୍ତି l ଖବର ରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ଯାଏ ମୃତ ଶ୍ରମିକ ର ପରିବାର ସ୍ୱଜନ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବୀ କରି ଉକ୍ତ ଡେଡ ବଡି ର ପିଏମ କରେଇ ନ ଦେବାକୁ ଜିଦ ଧରି ବସିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.