ତାରା ତାରିଣୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରା ତାରିଣୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଆଜି “ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ” ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ମୁଖ୍ୟ ମୁଖ୍ଯ ବକ୍ତା ରୂପେ ଯୋଗଦେଇ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ I ଏବଂ ନିଜର ବକ୍ତବ୍ୟ ମାଧ୍ୟମାରେ ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ଓ ନିୟମ ସମ୍ପର୍କରେ ସ୍ଵେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ I ଏଥିସହ ‘CPR’ ଚିକିତ୍ସା, ହାଡ଼ ଭଙ୍ଗା ସମ୍ବନ୍ଧୀୟ ପ୍ରାଥମିକ ଚିକିତ୍ସା ଆଦିକୁ ‘ଡମି’ ସାହାଯ୍ଯରେ ପ୍ରଦର୍ଶନ କରିଥିଲେ I ଯାହାକି ସ୍ଵେଚ୍ଛାସେବୀମାନଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇଥିଲା I ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ I ଯୁବ ରେଡକ୍ରସର ସଂଯୋଜକ ଏନ୍ ମୋହନ, ସହ-ସଂଯୋଜକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଶ୍ରୀ ରାମ ନାଥ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.