ଭବାନୀପାଟଣା ସର୍କିଟ ହାଉସରେ ଫୋକସ ପ୍ଲସ ଓ ଖବର ଲାଇଭର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସର୍କିଟ ହାଉସ ଠାରେ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଫୋକସ ପ୍ଲସ ଓ ଖବର ଲାଇଭ ଚାନେଲର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଫୋକସ ପ୍ଲସର ଚିଫ ଏଡିଟର ସୁଧାଂଶୁ ରାଉତ ଯୋଗଦାନ କରି ନିରପେକ୍ଷ ଓ ସତ୍ୟ ଆଧାରିତ ଖବର ପ୍ରସାରଣ ଉପରେ ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ମଞ୍ଚସୀନ ମୁଖ୍ୟ ଅତିଥି ଶ୍ରୀ ରାଉତ, ସମ୍ମାନୀତ ଅତିଥି ଆଞ୍ଚଳିକ ଖବର କାଗଜର ପଶ୍ଚିମ ଓଡିଶା ବ୍ୟୁରୋ ଡମ୍ବରୁଧର ପଧାନ, ଫୋକସ ପ୍ଲସର ମାର୍କେଟିଙ୍ଗ ପରିଚାଳକ ଅଟଳ ପଣ୍ଡା, ଭବାନୀପାଟଣା ଜିଲ୍ଲା ରିପୋର୍ଟର ସଂଜୀବ ମିଶ୍ରଙ୍କୁ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଫୋକସ ପ୍ଲସର ପ୍ରତିନିଧି ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱଗାତ କରିଥିଲେ । ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ଶ୍ରୀ ମହାନ୍ତି ସ୍ୱଗାତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଫୋକସ ପ୍ଲସ ଚାନେଲ ଓ ଆଞ୍ଚଳିକ ଖବର କାଗଜର ପ୍ରସାରଣ ଓ ପରିଚାଳନା ବିଷୟରେ ଆଲୋଚନା କରାଯିବା ସହ ବିଭିନ୍ନ ଅଞ୍ଚଳରେ ଫୋକସ ପ୍ଲସ ଓ ଆଞ୍ଚଳିକ ଖବର କାଗଜରେ କାମ କାମ କରୁଥିବା ପ୍ରତିନିଧି ମାନଙ୍କ ସମସ୍ୟା ବିଷୟରେ ମୁଖ୍ୟ ସମ୍ପାଦକ ଶ୍ରୀ ରାଉତ ପଚାରି ବୁଝିଥିଲେ । ମୂଖ୍ୟ ସମ୍ପାଦକ ଶ୍ରୀ ରାଉତ ପ୍ରତି ମାସରେ ପଶ୍ଚିମ ଓଡ଼ିଶାର ଗୋଟିଏ ଲେଖାଏଁ ଜିଲ୍ଲା ଗସ୍ତ କରି ସମସ୍ୟା ବିଷୟରେ ଆଲୋଚନା କଲେ ଫୋକସ ପ୍ଲସ ଚାନେଲ ଓ ଆଞ୍ଚଳିକ ଖବରକାଗଜ ପ୍ରସାରଣ କ୍ଷେତ୍ରରେ ଅଧିକ ସଫଳତା ପାଇପାରିବ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ପ୍ରତିନିଧି ବିରଞ୍ଚି ନାରାୟଣ ବେହେରା, ଅମୀୟ ଶତପଥୀ, ତ୍ରିଲୋକ୍ୟ ବେସରା, ବିଶ୍ବରଞ୍ଜନ ପାତ୍ର, ଶ୍ରୀକାନ୍ତ ମଟାରୀ, ଜଗନ୍ନାଥ ମେହେର, ଗଣେଶ ଦାସ, କାହ୍ନୁ ପଧାନଙ୍କ ସମେତ ପଶ୍ଚିମ ଓଡିଶାର ବହୁ ପ୍ରତିନିଧି ଯୋଗଦାନ କରିଥିଲେ । ଉଗ୍ରେସନ କନ୍ଦପାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଶ୍ଚିମ ଓଡିଶା ବ୍ୟୁରୋଚିଫ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.