ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଜେଡିର ବଡ଼ ଆକ୍ସନ

ଉପସଭାପତି ପଦରୁ ହେଲେ ବିଦା 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଖଣ୍ଡପଡ଼ା  ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ଉପସଭାପତି ପଦରୁ ହଟେଇ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂପାଦକୀୟ ପୃଷ୍ଠାରେ ନିଜର ଆଲେଖ୍ୟ ଓ ବକ୍ତବ୍ୟ ତଥା ଦଳ ବିରୋଧୀ ମନ୍ତବ୍ୟ ଦେବା ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ସୌମ୍ୟ ରଞ୍ଜନ ଗତ କିଛି ଦିନ ଧରି ଫାଇବ୍-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ସମାଲୋଚନା ଜାରି ରଖିଛନ୍ତି। ଏହା ସହିତ ନବୀନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି। ସୌମ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଗତ ସପ୍ତାହେ ଧରି ମାହୋଲ ତିଆରି ହୋଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଥିଲା। ତେବେ ଆଜି (ମଙ୍ଗଳବାର) ସୌମ୍ୟ ରଞ୍ଜନଙ୍କ ଉପରେ ବିଜେଡିର କାର୍ଯ୍ୟାନୁଷ୍ଠାନ ପରେ ଓଡ଼ିଶାର ରାଜନୈତିକ ପାଣିପାଗ ସରଗରମ ରହିଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.