ଶ୍ରୀଲଙ୍କା ବିପକ୍ଷରେ ଭାରତର ଦୁର୍ବଳ ବ୍ୟାଟିଂ ପଛରେ ‘ମ୍ଯାଚ ଫିକ୍ସିଂ’, ଅଖତର ଦେଲେ ଜବାବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଶଂସକଙ୍କ ମିମ୍ସ ଭାଇରାଲ। ଭାରତ ଜାଣିଶୁଣି ଶ୍ରୀଲଙ୍କା ବିପକ୍ଷରେ ଖରାପ ବ୍ୟାଟିଂ କରିଥିଲା, ଯାହାଫଳରେ ପାକିସ୍ତାନ ଏସିଆ କପ୍ରୁ ବାଦ୍ ପଡ଼ିଛି। ଏଭଳି ମିମ୍ସ ତଥା ଗୁଜବ ସୃଷ୍ଟିକାରୀଙ୍କ ଦାବିକୁ ‘ବକବାଜ’ ବୋଲି କହିଛନ୍ତି ସୋଏବ ଅଖତର। ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଅଖତର ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଶ୍ରୀଲଙ୍କା ଖେଳାଳିମାନେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ମୋତେ ମେସେଜ୍ ଆସୁଛି ଯେ ଭାରତ ମ୍ୟାଚ୍ ଫିକ୍ସ୍ କରିଦେଇଛି, ସେମାନେ ଖରାପ ଖେଳୁଛନ୍ତି, ଯାହା ଫଳରେ ପାକିସ୍ତାନ ନକ୍ଆଉଟ୍ ହୋଇଯିବ। ତେବେ ଅଖତର ଭାରତୀୟ ବୋଲରଙ୍କୁ ପ୍ରଶଂସା କରିବା ସହ କମ୍ ସ୍କୋରକୁ ରକ୍ଷା କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଭାରତ ପକ୍ଷରୁ ବିରାଟ କୋହଲି ଯଦିଓ କମ୍ ରନ କରିଥିଲେ କିନ୍ତୁ କୁଲଦୀପ ଯାଦବ ଏବଂ ଯଶପ୍ରୀତ ବୁମ୍ରାଙ୍କ ବୋଲିଂ ପ୍ରଦର୍ଶନକୁ ସୋଏବ ଅଖତାର ପ୍ରଶଂସା କରିଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ଲଢ଼ୁଆ ମନୋଭାବର ଅଭାବ ଥିବା ବେଳେ ଶ୍ରୀଲଙ୍କା ଜବରଦସ୍ତ ଲଢ଼େଇ କରିଥିଲା ବୋଲି ଅଖତର କହିଛନ୍ତି। ଶ୍ରୀଲଙ୍କାର ୨୦ ବର୍ଷୀୟ ଖେଳାଳିର ନାମ ଭେଲ୍ଲାଲେଜ୍। ସେ ବ୍ୟାଟିଂ ଓ ବୋଲିଂ ମଧ୍ୟ କରୁଛନ୍ତି। କ୍ରିଜରେ ଦେଶ ପାଇଁ ଲଢେଇ କରୁଛନ୍ତି। ହେଲେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଏଭଳି ଲଢ଼େଇ ଦେଖିନଥିଲେ ବୋଲି ଅଖତର କହିଛନ୍ତି। ଅଖତର କହିଛନ୍ତି, ଏବେ ପାକିସ୍ତାନର ଅନେକ ଖେଳାଳି ନିୟମିତ ଦିନିକିଆ ଖେଳୁ ନାହାନ୍ତି । ଦଳ ଅତିକମରେ ୩୦୦ ରନର ପିଛା କରୁ। ଅତିକମରେ ୨୭୫ରେ ପହଞ୍ଚିବାର ଥିଲା। ହେଲେ ଦଳ ବହୁତ ଜଲଦି ହାର ମାନିଲା। ଏହା ଅପମାନଜନକ ଥିଲା ବୋଲି ପୂର୍ବତନ ପାକିସ୍ତାନ ବୋଲର ସୋଏବ ଅଖତର କହିଛନ୍ତି। ସୁପର-୪ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.