ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନିଖିଳ ଉତ୍କଳ ପ୍ରାଥମିକ ସଂଘ ଖାରବେଳ ନଗର ୫ର ରାଜ୍ୟ ସଭାନେତ୍ରୀ ଅନିତା ମେହେରଙ୍କ ଆବାସିକ କାଯ୍ୟାଳୟରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସଭାନେତ୍ରୀଙ୍କ ସୂଚନା ମୁତାବକ ନୂତନ ପେନସନ ପ୍ରଥା ଉଛେଦ ଓ ପୁରୁଣା ପେନସନ ଲାଗୁ ହେବାର ଦାବୀ ନେଇ ଏବଂ ଓପିଏସ ରଥ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡରେସନ ଆନୁକୂଲ୍ୟରେ ସମଗ୍ର ଭାରତ ବର୍ଷ ପରିକ୍ରମା କରିବ l ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାକୁ ଓପିଏସ ରଥ ୨୦/୯/୨୦୨୩ ସନ୍ଧ୍ୟା ସମୟରେ ରାତିରେ ରହଣି କରିବ ଓ ତା ପରଦିନ ସେପ୍ଟେମ୍ବର ୨୧ରେ ମା ସୁରେଶ୍ୱରୀ ମନ୍ଦିରରେ ପୂଜର୍ଚ୍ଚନା କରି ସୋନପୁର ସ୍ଥିତ ପୁରୁଣା ଟାଉନ ହଲଠାରେ ଦିବା ୯ ଘ.୩୦ ମିରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ l ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଓ ବୋୖଦ୍ଧ ଜିଲ୍ଲାର ସମସ୍ତ ନୂତନ ପେନସନ ଯୋଜନାର ଅନ୍ତର୍ଭୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଅନ୍ୟ ବିଭାଗର କର୍ମଚାରୀ ପ୍ରତିବାଦ ସଭାରେ ବହୁ ସଂଖ୍ୟାରେ ଯୋଗ ଦେବେ । ଏଥି ପାଇଁ ଆବଶ୍ୟକ ପ୍ରସ୍ତୁତି ତଥା ପ୍ରଶାସନିକ ବିଧି ବ୍ୟବସ୍ଥା ପାଳନ କରାଯାଇଥିବା ସଭାପତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାକୁ ଏବଂ ଆଗାମୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବାକୁ ସମସ୍ତ ସାମ୍ବାଦିକଙ୍କୁ ଆଜି ନିବେଦନ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ପୁରୋହିତ, ଶିକ୍ଷକ ନେତା ଦିଲ୍ଲୀପ ମିଶ୍ର, ଉମାକାନ୍ତ ମିଶ୍ର, ଭାଗ୍ୟସିନୀ ମିଶ୍ର, ଗିରୀଶ ତ୍ରିପାଠୀ, ବ୍ରତାନନ୍ଦା ଭୋଇ, ରଞ୍ଜୁ ଅମାତ, ସୁଦାମ ଦିଶିରି, ଡ଼ଃ ଅନିରୁଦ୍ଧ କରୁକୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।