ଡଙ୍ଗାସିଲରେ ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନ୍ ବିରୁଦ୍ଧରେ ଯଥାଶୀଘ୍ର ଚାର୍ଜଶିଟ୍ ଫାଇଲ ଦାଖଲ କରିବା ସହ ଅଟକ ଗ୍ରାମବାସୀଙ୍କୁ ତୁରନ୍ତ ମୁକ୍ତ କର -ବସନ୍ତ ଉଲାକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଥାନା ଅଧିନସ୍ଥ ଡଙ୍ଗାସିଲ ଗ୍ରାମରେ ଥିବା କଲ୍ୟାଣ ବିଭାଗର ବାଳିକା ଆଶ୍ରମ ବିଦ୍ୟାଳୟରେ ଗତ ୨୨ ତାରିଖ ଦିନ ଜଣେ ତୃତୀୟ ଶ୍ରେଣୀର କୋମଳମତି ଛାତ୍ରୀ ପ୍ରତି ଘଟିଥିବା ଜଘନ୍ୟ ଲଜ୍ୟାଜନକ ଦୁଷ୍କର୍ମ କାଣ୍ଡ ଘଟଣାକୁ ତୀବ୍ର ନିନ୍ଦା କରି ତଦନ୍ତକୁ ତ୍ୱରାନ୍ୱିତ କରିବା ଏବଂ ଅଭିଯୁକ୍ତ ପିଅନ୍ ବିରୁଦ୍ଧରେ ଯଥାଶୀଘ୍ର ଚାର୍ଜଶିଟ୍ ଫାଇଲ କରିବା ସହ ଅଟକ ରଖାଯାଇଥିବା ଗ୍ରାମବାସୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦାବି କରିଥିବା ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ବସନ୍ତ କୁମାର ଉଲ୍ଳାକା ଏକ ପ୍ରେସ ବିଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଏଭଳି ଲଜ୍ୟାଜନକ କାଣ୍ଡକୁ ଯେତେ କଡା ଶଦ୍ଦରେ ନିନ୍ଦା କଲେ ବି କମ ହେବ । ପୀଡିତା ଝିଅଟିର ପରିବାର ଏବଂ ସେଠାକାର ସ୍ଥାୟୀ ବାସିନ୍ଦା ନିଜ ଉଦବେଗ ପ୍ରକାଶ କରିବା ସ୍ୱାଭାବିକ କଥା ବୋଲି ଶ୍ରୀ ଉଲ୍ଳାକା ଉଲ୍ଳେଖ କରିଛନ୍ତି । ତେବେ ଏଭଳି ଘଟଣାରେ ପୋଲିସ ପ୍ରଶାସନର ଦାୟିତ୍ୱ ରହିଥିଲା ପରିସ୍ଥିତିକୁ ଆୟତରେ ରଖିବା ନେବା ପାଇଁ । କିନ୍ତୁ ଘଟଣାଟି ସମ୍ବେଦନଶୀଳ ରହିଥିବା ବେଳେ ପୋଲିସର ତତକ୍ଷଣାତ୍ ପ୍ରସ୍ତୁତି ଜରୁରୀ ଥିଲା ଉତ୍ୟକ୍ତ ଲୋକଙ୍କ ଆକ୍ରୋସର ଶୀକାର ଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ । ଯେହେତୁ ପୋଲିସ ପ୍ରଶାସନର ବିଫଳତା ପାଇଁ ଡଙ୍ଗାସିଲ ଅଂଚଳ ବାସିନ୍ଦା ନିଜ ଆୟତରୁ ବାହାରି ପୋଲିସ ବସ ଜଳା ପୋଡା ଭଳି ଘଟଣାରେ ସଂପୃକ୍ତି ହେବା ପାଇଁ ବାଧ୍ୟ ହୋଇଥିଲେ ବୋଲି ପ୍ରେସ୍ ବିଞପ୍ତିରେ ଶ୍ରୀ ଉଲ୍ଳାକା ଉଲ୍ଳେଖ କରିଛନ୍ତି । ଏପରିକି ପୀଡିତା ଝିଅର ବାପା ଏତଲା ଦେବା ପରେ ମଧ୍ୟ ଥାନାରେ ଗ୍ରହଣ କରାଯାଇ ନ ଥିଲା ଏବଂ ଗଣମାଧ୍ୟମ ତରଫରୁ ମିଳିଥିବା ସୂଚନା ପ୍ରକାରେ ଘଟଣାଦିନ ପୋଲିସ ଗାଡି ଜଳାପୋଡା ଘଟଣାରେ ୩୦ଜଣଙ୍କୁ ଅଟକ ରଖାଯାଇଥିଲା । ତେବେ ପୋଲିସ କେବଳ ୬ରୁ ୮ଜଣଙ୍କୁ ଅଟକ ରଖାଯାଇଥିବା କହୁଛନ୍ତି । ତେଣୁ ଘଟଣା ପାଇଁ ଲୋକମାନଙ୍କ ଉତ୍ୟକ୍ତ ହେବାର କାରଣକୁ ବୁଝି ହୃଦୟଙ୍ଗମ କରି ଅଟକ ରଖାଯାଇଥିବା ଗ୍ରାମବାସୀଙ୍କୁ ବିନା କୈାଣସି ସର୍ତ ସହ ମୁକ୍ତ କରିବା ପାଇଁ ଶ୍ରୀ ଉଲ୍ଳାକା ଜଣାଇଛନ୍ତି । ଏହି ଘଟଣାରେ ପୋଲିସ ପ୍ରଶାସନର ମଧ୍ୟ ଅନେକ ଭୁଲ ରହିଥିବା ସେ ଉଲ୍ଳେଖ କରିଛନ୍ତି । ଯେପରିକି ଦୁଷ୍କର୍ମ ଘଟଣାର ଦୀର୍ଘ ଘଂଟା ପୂରିବା ସ୍ୱତେ ପୋଲିସ ଏତଲା ଦାୟର କରି ନ ଥିବା, ପୀଡିତାକୁ ଉନ୍ନତମାନର ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତରିତ ନ କରିବା ଏବଂ ଗ୍ରାମବାସୀଙ୍କ ଉପରେ ଲାଠି ଚାର୍ଜ କରିବା ପୋଲିସର ଭୁଲ ନୁହେଁ କି ବୋଲି ଉଲ୍ଳେଖ କରିଛନ୍ତି । ରାୟଗଡାବାସୀ ଶାନ୍ତି ଉପରେ ବିଶ୍ୱାସ ରଖନ୍ତି । ପଛୁଆ ଜିଲ୍ଳା ହୋଇଥିବାରୁ ଯେ ଆମେ ଦୁର୍ବଳ ତାହା ନୁହେଁ ଆମ ପାଖରେ ମଧ୍ୟ ଞାନ ରହିଛି ଏବଂ ପୋଲିସର ଭୁଲ ହେଲେ ସ୍ୱର ଉତୋଳନ କରିବା ଆମର ଅଧିକାର ବୋଲି ସେ ଉଲ୍ଳେଖ କରିବା ସହ ପୋଲିସ ପ୍ରଶାସନକୁ ଆମେ ସମ୍ମାନ ଜଣାଉ ଥିବାରୁ ତୁରନ୍ତ ଅଟକ ଗ୍ରାମବାସୀଙ୍କୁ ମୁକ୍ତ କରିବା,ତଦନ୍ତକୁ ତ୍ୱରାନ୍ନିତ କରି ଅଭିଯୁକ୍ତ ପିଅନ୍ ବିରୁଦ୍ଧରେ ଯଥାଶୀଘ୍ର ଚାର୍ଜସିଟ୍ ଫାଇଲ କରାଯାଉ ବୋଲି ଶ୍ରୀ ଉଲ୍ଳାକା ପ୍ରେସ୍ ବିଞପ୍ତିରେ ଉଲ୍ଳେଖ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.