ସର୍ଗିଗୁଡାର ଧର୍ମ ପରାୟଣା ମହିଳା ଶଶୀଦେଇଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗଉନ୍ତିଆ (ନାଏକ) ପରିବାରର ଧର୍ମ ପରାୟଣା ମହିଳା ଶଶୀଦେଇ ନାଏକଙ୍କ ଆଜି ବୁଧବାର ସକାଳ ୮.୨୨ ସମୟରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନରୁ ବୟସାଧିକ କାରଣରୁ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ । ମୃତ୍ୟୁ ସମୟରେ ତାଙ୍କ ଶଯ୍ୟା ନିକଟରେ ତାଙ୍କ ତିନିପୁଅ ବିରେନ୍ଦ୍ର, ଅଭୟ, ସଞ୍ଜୟ, ତିନି ବୋହୁ, ପୁତୁରା କୁମୁଦ, ବିଜୟ, ଅଜୟ, ଅକ୍ଷୟ, କିଶୋର, ନାତି ନିହାର, ସମୀର(ପପୁ), ସାହିଲ, ନାତୁଣୀ ରାଣୀ, ରୋଶନୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ସ୍ୱାମୀ ସାନ ଗଉନ୍ତିଆ କ୍ଷୀରସିନ୍ଧୁ ନାଏକଙ୍କ ୧୯୮୮ ମସିହାରେ ପରଲୋକ ହୋଇଥିଲେ। ସେ ଜଣେ ମିଷ୍ଟଭାଷୀ ଧର୍ମ ପରାୟଣା ମହିଳା ଥିଲେ । ସାନ୍ଦୁଲ ନିକଟସ୍ଥ ଗାଁ ମଶାଣୀରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଶେଷ ଯାତ୍ରା ସମୟରେ ଗ୍ରାମର ଶତାଧିକ ବ୍ୟକ୍ତି ସାମିଲ ହୋଇ ମଶାଣୀକୁ ଯାଇଥିଲେ। ତାଙ୍କ ମୃତ୍ୟୁରେ ସର୍ଗିଗୁଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା କୁଲତା ସମାଜ ଜିଲ୍ଲା ଯୁବ ସଭାପତି ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.