ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଏନଏସଏସ ଏବଂ ୱାଇଆରସି ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ରକ୍ତ ଭଣ୍ଡାର ଅଫିସର ଡଃ. ଗୌତମ ପଟ୍ଟନାୟକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ବାବିଲତା ସରାଫ ସ୍ବାଗତ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏକାଡେମି ବିଭାଗର ବରିଷ୍ଠ ଅଧ୍ୟାପକ ଏ.ଶ୍ରୀନିବାସ, ବରିଷ୍ଠ ପ୍ରଧ୍ୟାପିକା ଡଃ ସରସ୍ଵତୀ ରାୟ, ଏନଏସଏସ ପ୍ରୋଗ୍ରାମ ଅଫିସର ଏ.ବି ଗୁପ୍ତା, କେଶବ କୁମାରୀ ଜାନୀ ଏବଂ ୱାଇଆରସି କାଉନସିଲର ଅମିତ ସାହୁ, ତୃପ୍ତିମୟୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ରକ୍ତଦାନର ଉପାଦେୟତା ବିଷୟରେ ବୁଝାଇଥିଲେ । ଏଥିରେ ୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।