ତେରାପନ୍ତ ଯୁବକ ପରିଷଦ ଉତ୍କେଲା ପକ୍ଷରୁ ୬୫ ୟୁନିଟ ରକ୍ତ ସଂଗ୍ରହ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ବର୍ଦ୍ଧମାନ ଜୈନ): ରକ୍ତଦାନ ଦ୍ବାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରୁଛି । ଏହାକୁ ହୃଦୟଙ୍ଗମ କରି ବିଶ୍ୱର ସର୍ବ ବୃହତ ରକ୍ତ ଦାତା ସଂସ୍ଥା ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ତରଫରୁ ୨୫ ସେପ୍ଟେମ୍ବେର ୨୦୨୩ ଠାରୁ ୦୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଛି । ଏହି କ୍ରମରେ ତେରାପନ୍ତ ଯୁବକ ପରିଷଦ ଉତ୍କେଲା ତରଫରୁ ୩୦ ସେପ୍ଟେମ୍ବର ୨୦୨୩ ଶନିବାର ଦିନ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ଉତ୍କେଲାର ସଭାପତି ବର୍ଦ୍ଧମାନ ଜୈନଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ଡ଼.ନାରାୟଣ ପଣ୍ଡା ଏବଂ ଫାର୍ମାସିଷ୍ଟ ଅଶୋକ କୁମାର ପାତ୍ର ଯୋଗଦାନ କରିଥିଲେ। ଏଥିରେ ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟ, ଜୈନ ସ୍ୱେତାମ୍ବର ତେରାପନ୍ତ ସଭାର ସଦସ୍ୟଙ୍କ ସହ ବିମଳ କୁମାର ଜୈନଙ୍କ ବିଶେଷ ସହଯୋଗ ଦେଖିବାକୁ ମିଳିଥିଲା ।