ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

● ସକ୍ରିୟ ଭାଗନେଲେ ସରପଞ୍ଚ ଓ ସ୍ଥାନୀୟ ଲୋକ

● ନାଟ୍ ଅନୁଷ୍ଠାନ ତରଫରୁ ସ୍ଵେଚ୍ଛାସେବୀଙ୍କୁ ଟି-ସାର୍ଟ ବଣ୍ଟନ

● ଅଙ୍ଗଦାନ କରିବାକୁ ସଂକଳ୍ପ ନେଲେ ଆମ୍ଵେଦକର କ୍ଲବର ସ୍ଵେଚ୍ଛାସେବୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଅନୁଷ୍ଠିତ ସଚେତନତା ଶୋଭାଯାତ୍ରାକୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରମୋଦ ଧରୁଆ, ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ଶତପଥୀ, ରଘୁନାରାୟଣ ସାହୁ ପ୍ରମୁଖ ‍ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ବାହାରି ସଚେତନତା ଶୋଭାଯାତ୍ରାଟି ନାରାୟଣପୁର ଛକ ଯାଏଁ ଯାଇ ପୁଣି ସିଏଚସିକୁ ଫେରିଥିଲା। ଶୋଭାଯାତ୍ରା ସହିତ ସ୍ଵେଚ୍ଛାସେବୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ସଫେଇ କାର୍ଯ୍ୟ କରିଥିଲେ। ସୋନପୁରର ଅଗ୍ରଣୀ ନାଟକ, ସାହିତ୍ୟ ଓ ସମାଜସେବା ଅନୁଷ୍ଠାନ ନାଟ୍ ର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଭାଗନେବା ସହ ସ୍ଵେଚ୍ଛାସେବୀଙ୍କୁ ଟି-ସାର୍ଟ ବଣ୍ଟନ କରିଥିଲେ। ସ୍ଥାନୀୟ ନାରାୟଣପୁର ଆମ୍ଵେଦକର କ୍ଲବର ସଦସ୍ୟ ଆଶିଷ ଚନ୍ଦ୍ର ତାଣ୍ଡି, ହିମାଂଶୁ ଶେଖର ତାଣ୍ଡି, ସୁନୀଲ ବାରିକ, ଲୋକନାଥ ମହାନନ୍ଦ ଚକ୍ଷୁ ଦାନ ଏବଂ ପୃଥ୍ଵୀରାଜ ତାଣ୍ଡି କିଡନି ଦାନ କରିବା ପାଇଁ ଏହି ଅବସରରେ ସଂକଳ୍ପ ନେଇଥିଲେ। ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ବିପିଏମ ପ୍ରିୟ ରଂଜନ ସାହୁ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଭୂମିକା ନିର୍ବାହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.