ନର୍ଲା ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା କାର୍ଯକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା(ଏନଏସଏସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବରେ ଓଡ଼ିଆ ବାର୍ତ୍ତା ଜିଲ୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର, କଲେଜର ଅଧ୍ୟାପିକା କବିୟତ୍ରୀ ବାସନ୍ତୀ ସାହୁ, ଆଧ୍ୟାପିକା ସଂଘମିତ୍ରା ପଣ୍ଡା, ଏଜୁକେସନ ଅଧ୍ୟାପିକା କୌଶଲ୍ୟା ମାଡ଼ାମ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଜାତୀୟ ସେବା ଯୋଜନା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ପରିବେଶ ସ୍ୱଚ୍ଛ ରହିଲେ ସ୍ୱାସ୍ଥ୍ୟ ଉତ୍ତମ ରହିବ । ସ୍ୱଚ୍ଛତା ପ୍ରତି ସମସ୍ତେ ଯତ୍ନବାନ ରହିବା ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପ୍ରଥମେ ସଭାପତି ଅଧ୍ୟକ୍ଷ ଶ୍ରୀ ନାଏକ ସ୍ୱଗାତ ଭାଷଣ ପ୍ରଦାନ କରିବା ପରେ ସଚେତନତା ସଭାକାର୍ୟ୍ଯ ଆରମ୍ଭ ହୋଇଥିଲା। ଏନଏନଏସ ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରତିପାଦନ କରିବା ସହିତ ମଞ୍ଚ ସଂଯୋଜନା କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଭାବରେ ତାଲିମ ଯାଇଥିବା ସ୍ବେଚ୍ଛାସେବୀ ଛାତ୍ର ଭୀମ ଗୌଡ଼ ଓ ଛାତ୍ରୀ ନେହା ଅଗ୍ରୱାଲ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସେବାର ଅନୁଭୂତି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ କ୍ଷିତିଶ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନ ସଭା କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ କଲେଜ କ୍ୟାମ୍ପସ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.