ଶ୍ରୀରାମ ମହାବିଦ୍ୟାଳୟରେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଶ୍ରୀରାମ ମହାବିଦ୍ୟାଳୟ ରାମପୁରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ଏକ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ତରଣୀସେନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରିଚାଳନା ପରିଷଦ ସଭାପତି ତଥା ଅଂଚଳର ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ପୂଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଉପ ଆରକ୍ଷୀ ଅଧୀକ୍ଷକ ପ୍ରତାପ ରଣା, ରାମପୁର ଷ୍ଟେଟ ବ୍ୟାଙ୍କର ଶାଖା ପ୍ରବନ୍ଧକ ଆର ଏନ ମେହେର ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାଇବର ସଚେତନତାର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ l

Udyog Nursery
Udyogi Nursery

ଏଲସିଡି ମାଧ୍ୟମରେ ଭିଡିଓ ପ୍ରଦର୍ଶନ କରାଇ ମଧ୍ୟ ସଚେତନତା କରାଯାଇଥିଲା l ଏହି ଅବସରରେ ଡ଼ଃ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିବାବଳେ ହାବିଲଦାର ମନୋଜ ପଣ୍ଡା କୁଇଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅଧ୍ୟାପକ ଟିକେଚାନ୍ଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଛାତ୍ରୀ ମଧୁସ୍ମିତା ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା l

ଅଧ୍ୟାପକ ବିଶ୍ୱନାଥ ପାଢ଼ୀ, ମୀନକେତନ ପାତ୍ର, ଟୋପିଶ୍ଵର ପାତ୍ର, ଲମ୍ବୋଦର ପ୍ରଧାନ, ଗ୍ରନ୍ଥାଗାରିକ ଆନନ୍ଦ ପଧାନ, ମାର୍କଣ୍ଡ ପୁଟେଲ, ସୁରେଶ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.