କିଏ ମାରୁଛି ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀଙ୍କୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଜଣଙ୍କ ପରେ ଜଣେ ସଫା ହେବାରେ ଲାଗିଛନ୍ତି । ଏମାନଙ୍କୁ ମାରୁଛି କିଏ ? ପଠାନକୋଟ ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଶହୀଦ ଲତିଫ ଓ ହରିଶ ହସୀମଙ୍କୁ ପାକିସ୍ତାନର ସିଆଲକୋଟରେ ଗୁଳି କରି ହତ୍ୟା କରା ଯାଇଛି । ଜୈଶ ଇ ମହମ୍ମଦର ନମ୍ବର୩ ଆତଙ୍କବାଦୀ ଶହୀଦ ଏତେ ସହଜରେ ମରିଯିବ କେହି ଭାବି ନ ଥିଲେ । ୧୯୯୯ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣ ସମୟରେ ଏହି ଆତଙ୍କବାଦୀକୁ ମୁକ୍ତ କରିବା ପାଇଁ ସେମାନେ ସର୍ତ ରଖିଥିଲେ । ଦେଢ଼ ବର୍ଷ ମଧ୍ୟରେ ୧୯ ହାର୍ଡକୋର ଆତଙ୍କବାଦୀ ସଫା ହୋଇ ସାରିଛନ୍ତି । ପାକିସ୍ତାନ, ନେପାଳ, କାନାଡା ଓ ବ୍ରିଟେନରେ ଏମାନଙ୍କୁ ହତ୍ୟା କରାଯାଉଛି । ଯେଉଁ ଭଳି ଢ଼ଙ୍ଗରେ ଆତଙ୍କବାଦୀଙ୍କୁ ମରାଯାଉଛି ତାହା ପାକିସ୍ତାନର ମୁଣ୍ଡ ବ୍ୟଥାର କାରଣ ସାଜିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରିପୋର୍ଟ ମୁତାବକ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ କେତେକ ଆତଙ୍କବାଦୀଙ୍କୁ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିଛି । ୧୯୯୯ କାନ୍ଧାର ଅପହରଣ କାଣ୍ଡରେ ମୂଖ୍ୟ ସୂତ୍ରଧର ଜୈଶ ଏ ମହମ୍ମଦର ଜହୁରୀ ମିସ୍ତ୍ରୀ ଇବ୍ରାହିମକୁ ମାର୍ଚ୍ଚରେ କରାଚୀରେ ଗୁଳି କରା ଯାଇଥିଲା । ଏହା ପରେ ସରେରେ ରିପୁଦମନ ସିଂ ମାଲିକଙ୍କୁ ଗୁଳି କରାଯାଇଥିଲା । ୧୯୮୫ ଏୟାର ଇଣ୍ଡିଆ କନିଷ୍କ ବିମାନ ବମକାଣ୍ଡରେ ମଲିକ ସମ୍ପୃକ୍ତ ଥିଲା । ତେବେ ଏହି ହତ୍ୟାକାଣ୍ଡ ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା ଆଶଙ୍କା କରାଯାଉଥିଲା । ବବର ଖାଲସା ଆନ୍ତର୍ଜାତୀୟ ଆତଙ୍କୀ ହରୱିନ୍ଦୀ ସିଂ ସାନ୍ଧୁକୁ ଲାହୋରର ମିଲିଟ୍ରି ହସପିଟାଲ ରହସ୍ୟମୟ ଢ଼ଙ୍ଗରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପଞ୍ଜାବ ପୋଲିସ ହେଡକ୍ୱାର୍ଟର ଆକ୍ରମଣରେ ଏହାର ହାତ ଥିଲା ।

Udyog Nursery
Udyogi Nursery

ଫେବୃୟାରୀ ୨୦ରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ବଶୀର ଅହମ୍ମଦକୁ ରାୱଲପିଣ୍ଡିରେ, ଅଲବଦ୍ରର ମୁଜାହିଦିନର ସୟେଦ ଖଲୀଜ ରାଜାକୁ କରାଚୀରେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିଲେ । ମାର୍ଚ୍ଚ ୪ରେ ଖୈବରରେ ଆତଙ୍କବାଦୀ ସୈୟର ନୁର ଶୋଲାୱାରଙ୍କୁ, ମେ ୬ରେ ଖଲିସ୍ତାନୀ ଆତଙ୍କୀ ପରମଜିତ ସିଂ ପଞ୍ଜୱରଙ୍କୁ ପାକିସ୍ତାନରେ ଏବଂ ୧୫ ଜୁନରେ ଅବତାର ସିଂ ଖାଣ୍ଡାଙ୍କୁ ବ୍ରିଟେନ ଡାକ୍ତରଖାନରେ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।୧୮ ଜୁନରେ କାନାଡାରେ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହା ପଛରେ ଭାରତର ହାତ ଥିବା କହିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା । ସେପ୍ଟମ୍ବର ୮ରେ ଲଶ୍କର ଇ ତୋଇବାର ମହମ୍ମଦ ରିଜାୟ, ୨୧ ସେପ୍ଟମ୍ବରରେ ଖଲିସ୍ତାନୀ ଆତଙ୍କୀ ସୁଖଦୁଲ ସିଂଙ୍କୁ କାନାଡାରେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିଲେ । ୩୦ ସେପ୍ଟମ୍ବରରେ ହାଫିଜ ସଏଦର ଡାହାଣ ହାତ କୁହାଯାଉଥିବା ମୁଫତି କେସରୀ ଫାରୁକୀ ମଧ୍ୟ ଗୁଳି ମାଡରେ ଆରପାରିକୁ ଚାଲି ଯାଇଥିଲା ।

କେତେକ ରିପୋର୍ଟ ଅନୁସାରେ ଭାରତର ଗୋଇନ୍ଦା ସଂସ୍ଥା ଖୋଜି ଖୋଜି ଏହାର ଶତ୍ରୁକୁ ମାରୁଥିବା ବେଳେ ଅନ୍ୟ ରିପୋର୍ଟ ଅନୁସାରେ ତାଲିବାନୀ ଆତଙ୍କୀଙ୍କୁ ଅର୍ଥ ଲୋଭ ଦେଖା ଏହା କାଣ୍ଡ ରଚଯାଉଛି । ଅନ୍ୟ କେତେକଙ୍କ କହିବା ଅନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବା ପାଇଁ ଚୀନ ଏହି ଷଡଯନ୍ତ୍ର ରଚୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.