ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା-୨୦୨୩ ଭୁବନେଶ୍ୱର ୟୁନିଟ-୬ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ତତ୍ତ୍ଵାବଧାନରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ। ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ଛାତ୍ରୀ ଭାରତୀ ବାଗ, ଭାଗ୍ୟଶ୍ରୀ ରଣା, ଅଙ୍କିତା ଧଙ୍ଗଡାମାଝୀ, ସୀମା ଜାନୀ, ତୃପ୍ତି ହରିଜନ ଓ ସନ୍ତୋଷିନୀ ତାଣ୍ଡି ଅଂଶଗ୍ରହଣ କରିଥିଲେ। ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସମସ୍ତ ଛାତ୍ରୀମାନଙ୍କୁ ଶୁଭକାମନା ଜ୍ଞାପନା କରିଥିଲା।

କେବଳ ସେତିକି ନୁହେଁ ଜୋନାଲ୍ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମଧ୍ୟ ଛାତ୍ରୀମାନେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱତ କରିଛନ୍ତି। ଏଥିରେ ସମସ୍ତ ଶିକ୍ଷକ ଗିରିଜା ଶଙ୍କର ସାହୁ, ବିରଞ୍ଚି ତାଣ୍ଡି, ମୃତ୍ୟୁଞ୍ଜୟ ପତି, ଶିବଦତ୍ତ ପଣ୍ଡା, ଧୁନତିସା ରଞ୍ଜନ ମାଝୀ, ବିଭୁତି ପ୍ରଧାନ, ନରେନ୍ଦ୍ର କୁମଝରିଆ, ଉମାକାନ୍ତ ପାଣିଗ୍ରାହୀ, ତପନ ସାହୁ, କେଶବ ପ୍ରଧାନ ଓ ଶିକ୍ଷୟତ୍ରୀ ସୌଦାମିନୀ ବନଗୋଲା ତଥା ଦିଗାମ୍ବର ଭୋଇଙ୍କର ସହଯୋଗ ରହିଛି। ଏଥିପାଇଁ ବୁଦ୍ଧିଜୀବୀ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.