ବିଧାୟକଙ୍କ ଦ୍ବାରା ବିନିକା ମହାନଦୀ ରିଙ୍ଗ ରୋଡର ଶିଳାନ୍ୟାସ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେବାକୁ ଯାଉଛି। ସହର ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ କୂଳରେ(ଆଡି ବନ୍ଧ)ରିଙ୍ଗ ରୋଡ ନିର୍ମାଣ ପାଇଁ  ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ଵାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନା ଯୋଗ୍ୟ ଯେ, ଏହି କାର୍ଯ୍ୟ ପାଇଁ ସହରବାସୀଙ୍କ ତରଫରୁ ବରାବର ଦାବି ହୋଇ ଆସୁଥିବା ବେଳେ ଶେଷରେ ରାଜ୍ୟ ସରକାର ଅଞ୍ଚଳ ବାସୀଙ୍କ ଦାବିକୁ ପୂରଣ କରିବା ସହ ମହାନଦୀ ବ୍ରିଜ ଠାରୁ ଝରାପଡ଼ା ପର୍ଯ୍ୟନ୍ତ ମହାନଦୀ କୂଳରେ ରିଙ୍ଗ ରୋଡ ନିର୍ମାଣ ସକାଶେ ୧୧ କୋଟି ୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ରିଜ ନିକଟରେ ନଡ଼ିଆ ଭାଙ୍ଗି ଫଳକ ଶିଳାନ୍ୟାସ କରିଥିବା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଇରିଗେସନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢୀ, ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସୀତାରାମ ଭୁଏ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଉପାଧ୍ୟକ୍ଷ ତପସ୍ୱିନୀ ମେହେର, ନଗର ବିଜେଡ଼ି ସଭାପତି ସୋମନାଥ ମିଶ୍ର ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.