ସିବିଏସଇ ଜୋନାଲ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡିର ୬ ପ୍ରତିଯୋଗୀଙ୍କ ପଶ୍ଚିମବଙ୍ଗର କଲିକତା ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଶ୍ଚିମବଙ୍ଗର  ନଦିଆ ଜିଲ୍ଲା ଖରଦାପଡାସ୍ଥିତ ଚେଟେର୍ଜି ନୋବେଲେ ସ୍କୁଲରେ ଅକ୍ଟୋବର ୧୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସିବିଏସଇ ଜୋନସ୍ତରୀୟ ତିରନ୍ଧାଜ ପ୍ରତିଯୋଗୀତା ଆୟୋଜିତ ହେବ।ଏଥିରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନେସେନାଲ ସ୍କୁଲର ୬ ଜଣ ପ୍ରତିଯୋଗୀ ପଶ୍ଚିମବଙ୍ଗ ରାଜ୍ୟ କଲିକତା ଗସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୭ ବର୍ଷରୁ କମ ବାଳକ ବିଭାଗରେ ହିତେଶ କୁମାର ମହାଖୁଡ, କ୍ଷୀରୋଦ କୁମାର ରହିଥିବା ବେଳେ ବାଳିକା ବିଭାଗରେ ସଙ୍ଗୀତା ମାଝୀ ଓ ପିଭି ଶ୍ରୀ ପୁଜିତା ରହିଛନ୍ତି। ସେହିପରି ଅଣ୍ଡର ୧୪ ବର୍ଷରୁ କମ ବାଳକ ବିଭାଗରେ ଓମକାର ମାଝୀ ରହିଥିବା ବେଳେ ବାଳିକା ନିଭାଗରେ କଳ୍ପିତା ପ୍ରଧାନ ରହିଛନ୍ତି। ଏହି ଖେଳାଳି ମାନେ କୋଚ୍ ଶୀମାଞ୍ଚଜ କାଟ୍ରାକା ଓ ଶିକ୍ଷକ ପଲାସ ଚାଟେର୍ଜୀଙ୍କ ନେତୃତ୍ୱରେ କଲିକତା ଗସ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.