ଆଜି ତାରା ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ

ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମା’ଙ୍କ ବ୍ରହ୍ମଚାରିଣୀ ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ତାରା ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ଦ୍ୱିତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହରର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ଆଜି ବ୍ରହ୍ମଚାରିଣୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ରର ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା l ଆଜି ମା’ଙ୍କ ବ୍ରହ୍ମଚାରିଣୀ ବେଶ ତେବେ ଆସନ୍ତୁ ଜାଣିବା ମା’ଙ୍କର ଏହି ବେଶ ମହାତ୍ମ୍ୟ ବିଷୟରେ ମାତା ଦୁର୍ଗାଙ୍କର ନବ ଶକ୍ତିର ଦ୍ୱୀତୀୟ ସ୍ୱରୂପଟି ହେଉଛି ବ୍ରହ୍ମଚାରିଣୀ । ଏଠାରେ ‘ବ୍ରହ୍ମ’ ଶଦ୍ଦର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥ ତପଃ-ଚାରିଣୀ, ଯେ ତପ ଆଚରଣ କରନ୍ତି, ସେ । କଥିତ ଅଛି, ଦେବସ୍ତତ୍ତ୍ୱଂ ତପୋ ବ୍ରହ୍ମ – ବ୍ରହ୍ମ ଶଦ୍ଦର ଅର୍ଥ ହେଉଛି ବେଦ, ତତ୍ତ୍ୱ ଓ ତପ । ବ୍ରହ୍ମଚାରିଣୀ ଦେବୀଙ୍କର ସ୍ୱରୂପ ପୂର୍ଣ୍ଣ ଜ୍ୟୋର୍ତିମୟ ଓ ଅତ୍ୟନ୍ତ ଭବ୍ୟ । ତାଙ୍କର ଡାହାଣ ହାତରେ ଜପାମାଳା ଓ ବାଆଁ ହାତରେ କମଣ୍ଡଳୁ ଶୋଭାପାଏ । ସହରର ଥନାପତି ପଡାରେ ମଧ୍ୟ ମାଙ୍କ ନବରାତ୍ରୀ ପୂଜା ଧୁମଧାମରେ ଚାଲିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.