ଅନଲାଇନ ଗେମିଂରେ ଏକ ନମ୍ବରରେ ୟୁପି, ବିଶ୍ୱକପ ସିଜନରେ ୧୭୦୦ କୋଟି ଲାଗିଛି ବାଜିରେ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଅନଲାଇନ ଗେମିଂ ଏବଂ ଏହା ମାଧ୍ୟମରେ ହେଉଥିବା ଆୟରେ ଉତରପ୍ରଦେଶ ଭାରତରେ ଏକ ନମ୍ବର ରାଜ୍ୟ ପାଲଟି ଯାଇଛି । ଅକ୍ଟୋବରରେ ଅନଲାଇନ ଗେମିଂରେ ରାଜ୍ୟରେ ୨୮ ପ୍ରତିଶତ ଜିଏସଟି ଲଗା ଯାଇଛି । ଚଳିତ ବର୍ଷ ଓଭରାଲ ୬୦୦୦ କୋଟି ଟଙ୍କା ବାଜିରେ ଲାଗିଛି । ଚଳିତ ବିଶ୍ୱକପ ସିଜନରେ ୧୮୦୦ କୋଟି ଟଙ୍କା ବାଜିରେ ଲାଗିବ ବୋଲି ଅନୁମାନ କରାଯାଉଛି । ଗେମିଂ ଉଦ୍ୟୋଗ ମାଧ୍ୟମରେ ରାଜ୍ୟକୁ ୧୭୦୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆକଳନ କରାଯାଇଛି । କ୍ୟାସିନୋ, ଲଟେରୀ ଓ ଘୋଡାସବାରୀରେ ୨୮ ପ୍ରତିଶତ ଜିଏସଟି ଲଗାଯାଇଛି । ଜିଏସଟି କେବଳ ଏଂଟ୍ରି ଲେଭଲରେ ଲାଗିବ । ଏହା ପରେ ଯେଉଁ ଆୟ ହେବ ସେଥିରେ ଜିଏସଟି ଲାଗିବ ନାହିଁ । ଲକ୍ଷ୍ନୌ, କାନପୁର, ବାରଣାସୀ, ଗାଜିୟାବାଦ ଓ ଆହ୍ଲାବାଦରେ ୩୬ ପ୍ରତିଶତ ଏଥିରେ ସାମିଲ ହେଉଛନ୍ତି । ଇତି ମଧ୍ୟରେ ରାଜ୍ୟ କର ବିଭାଗ ୨୦ରୁ ଅଧିକ ଅନଲାଇନ ଗେମିଂ ଆପ ଓ ୱେବସାଇଟରେ ନଜର ରଖିବା ଆରମ୍ଭ କରିଛି । ୨୦୨୨ରେ ଦେଶରେ ୨୬୦ କୋଟି ଡଲାର ଗେମିଂ ବଜାରରେ ଲାଗିଥିଲା । ୨୦୨୭ସୁଦ୍ଧା ଏହା ୮୬୦ କୋଟି ଡଲାରରେ ପଂହଚିବ ବୋଲି ଅନୁମାନ କରାଯାଉଛି । ମୋବାଇଲ ପ୍ରିମିୟର ଲିଗ ମୁତାବକ ୧୫୦୦ କୋଟି ଥର ଆପ ଡାଉନଲୋଡ କରାଯିବା ଫଳରେ ଭାରତ ମୋବାଇଲ ଗେମ୍ସରେ ବଡ ଉପଭୋକ୍ତା ପାଲଟିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.