ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରୀଗୁଡା ଠାରେ ବୁଧବାର ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ନାଏକ ଙ୍କ ଅଧ୍ୟକ୍ଷତା ରେ ଏହି ମେଳା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ରେଙ୍ଗାଳପାଳି ସରପଞ୍ଚ ପଦ୍ମିନୀ ପାତ୍ର ଯୋଗ ଦେଇ ମେଳା କୁ ଉଦଘାଟନ କରି ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ, ଅବସରପ୍ରାପ୍ତ ଖେଳ ଶିକ୍ଷକ କୃପାସିନ୍ଧୁ ପାତ୍ର, ସ୍କୁଲ ପରିଚାଳନା କମିଟି ର ମଞ୍ଜୁଲତା ବାଗ ଯୋଗଦେଇଥିଲେ l ଅତିଥି ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ମାତା ପିତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଭକ୍ତି କରିବା ସହ ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ ଓ ସରକାରୀ ବିଦ୍ୟାଳୟ ରେ ଅଧ୍ୟୟନ କରିବା ଦ୍ୱାରା ଯେଉଁ ସବୁ ସୁବିଧା ଉପଲବ୍ଧ ମିଳୁଛି ତାହାର ସଦୁପଯୋଗ କରିବାକୁ ପ୍ରକାଶ କରିଥିଲେ l ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରିସ୍ନା ପ୍ରଧାନ, ଶିକ୍ଷକ ଗୋକୁଳାନନ୍ଦ କଲାରୀ, ଋତୁରାଜ ଶବର, ଗୁଣନିଧି ବାଗ, କୁଳମଣି ରୋତି, ଶିକ୍ଷୟିତ୍ରୀ ରୋଷାଳିନୀ ପଟ୍ଟଯୋଶୀ ଉପସ୍ଥିତ ଥିଲେ l ବିଦ୍ୟାଳୟ ସେବକ ଜଗଦୀଶ ଦାସ ଓ ସରୋଜ ଖମାରୀ ସହଯୋଗ କରିଥିଲେ l




