ଖଲ୍ଲିକୋଟ ବିଜେଡ଼ିର ଜନ ସମ୍ପର୍କ ଯାତ୍ରା ଓ ଘରେ ଘରେ ଶଙ୍ଖ ଅଭିଯାନ 

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବିଜେଡ଼ି ତରଫରୁ ଏକ ବିଶାଳ ସମ୍ପର୍କ ଯାତ୍ରା ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ନେତୃତ୍ୱରେ ବ୍ଲକର ୧୩ ନମ୍ବର ଜୋନର ତୁଳସୀପୁର, ଵଧି ନୂଆପଲ୍ଲୀ, କଇରାସୀ, ଖୋଜାପଲି, ଭିକାପଡା, ଆଇତିପୁର କହେଁଇପୁର, ବିକ୍ରମପୁର, ତେନ୍ତୁଳିଆ ଓ ବାଦ ପଲ୍ଲୀ ପ୍ରଭୃତି ପଂଚାୟତ ପରିକ୍ରମା କରିଥିଲା। ଏହି ଅବସରରେ ବ୍ଲକର ତୁଳସୀପୁର ପଂଚାୟତରେ ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ କେକ କାଟି ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଉକ୍ତ ଜନ ସମ୍ପର୍କ ଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପଂଚାୟତରେ ଅନୁଷ୍ଠିତ ସଭାମାନଙ୍କରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଗ୍ରାମାଞ୍ଚଳର କର୍ମୀମାନଙ୍କୁ ସୂଚନା ଦେଇ ଆଗାମୀ ଦିନରେ ନବୀନଙ୍କ ହାତ ମୁଠା ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ବିଧାୟିକା ଶ୍ରୀମତୀ ବୈଦ୍ୟ ଗତ ବର୍ଷମାନଙ୍କରେ ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାର ବିକାଶ ବୃଦ୍ଧି ପାଇବା କଥା ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ଚ୍ୟାଉ ପଟ୍ଟନାୟକଙ୍କ ଉପସ୍ଥିତିରେ ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ ଅନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଥିବା ଘୋଷଣା କରିଥିଲେ। ଉକ୍ତ ଜନ ସମ୍ପର୍କ ଯାତ୍ରାରେ ଜିଲ୍ଲା ବିଜେଡ଼ି ନେତ୍ରୀ ସୁଜାତା ପାତ୍ର ଓ ଜିଲ୍ଲା ବିଜେଡ଼ି ସମ୍ପାଦକ ମନୋରଞ୍ଜନ ମହାପାତ୍ରଙ୍କ ସମେତ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଉପାଧ୍ୟକ୍ଷା ଭାରତୀ ମହାରଣା, ପୂର୍ବତନ ବ୍ଲକ ଅଧକ୍ଷ ମିନାକ୍ଷୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲାଇ, ବିନାୟକ ଜାଲ୍ଲୀ, ସାଂସଦ ପ୍ରତିନିଧି ରତ୍ନାକର ସାହୁ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ଖୁଣ୍ଟିଆ ବ୍ଲକ ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ରଙ୍କ ସମେତ ତୁଳସୀପୁର ସରପଞ୍ଚ ସିକ ପାଣ୍ଡୀ, ପୂର୍ବତନ ସରପଞ୍ଚ ଚକ୍ରପାଣି ରାଉତ, ପ୍ରଫୁଲ୍ଲ ସାହୁ, କହେଁଇପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ଶାସମଲ, ବାକୁଟୁଗାଁ ସରପଞ୍ଚ ଗଣେଶ ସାହୁ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ, ଖୋଜା ପଲ୍ଲୀ ସରପଞ୍ଚ ମହେଶ୍ୱର ପ୍ରଧାନ, ମାଣିକପୁର ଉଦୟ ବାରିକ ପ୍ରମୁଖ ଉକ୍ତ ଜନ ସମ୍ପର୍କ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.