ଡିଏଭି ଜୋନାଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା: ଲାଞ୍ଜିଗଡ ଡିଏଭି ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଫୁଟବଲ ଖେଳାଳୀ ମାନେ ଚମ୍ପିୟାନ ହୋଇ ଜାତୀୟ ସ୍ତରୀୟ ଖେଳିବା ପାଇଁ ମନୋନୀତ ହେଇଛନ୍ତି । ଓଡ଼ିଶାର ଅନୁଗୋଳ ଜିଲ୍ଲା ତାଳଚେର ଡେରା ଡିଏଭି ପବ୍ଲିକ ସ୍କୁଲ ଠାରେ ନଭେମ୍ବର ୬ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୁଇଦିନ ହେବାକୁ ଥିବା ଡିଏଭି ଜାତୀୟ ଖେଳ – ୨୦୨୩ (ଜୋନାଲ ସ୍ତରୀୟ) ଫୂଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୪ ଜଣ ଫୁଟବଲ ପ୍ରତିଯୋଗୀ ରବିବାର ତାଳଚେର ଗସ୍ତ କରିଥିଲେ। ଏହି ପ୍ରତିଯୋଗୀ ମାନେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୬ ତାରିଖ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟରେ ଡିଏଭି ପାରାଦୀପ ଇଫକୋ ସହିତ କ୍ୱାଟର ଫାଇନାଲ ଖେଳି ଡିଏଭି ପାରାଦୀପକୁ ୨-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ଼ ସେମି ଫାଇନାଲକୁ ଯାଇଥିଲେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଡିଏଭି କଟକ ଏଲ୍ଆର ସହିତ ସେମି ଫାଇନାଲ ଖେଳି ଡିଏଭି କଟକ ଏଲ୍ଆରକୁ ୩-୦ ଗୋଲରେ ପରାଜୟ କରି ଡିଏଭି ଲାଞ୍ଜିଗଡ଼ ଫାଇନାଲକୁ ମନୋନିତ ହେଇଥିଲେ I ୭ ତାରିଖ ଦ୍ୱିତୀୟ ଦିନରେ ଚନ୍ଦ୍ରଶେଖରପୁର ଡିଏଭି ସହିତ ଫାଇନାଲ ଖେଳି ୨-୦ ଗୋଲରେ ଡିଏଭି ଚନ୍ଦ୍ରଶେଖରପୁରକୁ ପରାଜୟ କରି ଲାଞ୍ଜିଗଡ଼ ବେଦାନ୍ତ ଡିଏଭି ଆନ୍ତର୍ଜାତୀୟ ବିଦ୍ୟାଳୟ ଚମ୍ପିୟାନ ହେଇ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନିତ ହେଇଥିଲେ I ଏହି ପ୍ରତିଯୋଗୀତାରେ ୭ ଗୋଟି ଡିଏଭି ବିଦ୍ୟାଳୟର ପ୍ରତିଯୋଗୀ ଭାଗ ନେଇଥିଲେ । ଗତ ୫ ତାରିଖରେ ଏହି ପ୍ରତିଯୋଗୀ ମାନେ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ୱରେ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ଓ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକଙ୍କ ସହିତ ଗସ୍ତ କରିଥିଲେ। ତେବେ ଏହି ଖେଳାଳିଙ୍କ କୃତିତ୍ୱରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଖେଳାଳୀମାନେ ଜିଲ୍ଲା ତଥା ସ୍କୁଲ ପାଇଁ ଗୌରବ ଆଣିଥିବା ବେଳେ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ଆଲୁମିନା ସିଏଓ ପ୍ରଣବ କୁମାର ଭଟ୍ଟାଚାର୍ୟ୍ଯ, ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା ଓ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.